न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭାରେ ଆଜି ବଜେଟ ଉପରେ ଆଲୋଚନା, ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର – ଆଜି ବିଧାନସଭାରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥିବା ୨୦୨୪-୨୫ ବଜେଟ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ହେଲେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ ମାସ ପାଇଁ ଏଥିରୁ ୧.୧୮ଲକ୍ଷ କୋଟି [...]

Admin•9 फ़रवरी 2024
Share Article:

ଭୁବନେଶ୍ୱର – ଆଜି ବିଧାନସଭାରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍। ଗତକାଲି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଥିବା ୨୦୨୪-୨୫ ବଜେଟ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ ।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ । ହେଲେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ ମାସ ପାଇଁ ଏଥିରୁ ୧.୧୮ଲକ୍ଷ କୋଟି ଟଙ୍କାର ଲେଖାନୁଦାନକୁ ପାରିତ ନିମନ୍ତେ ଗୃହର ଅନୁମତି ଲୋଡ଼ିଥିଲେ।

ଆଜି ପ୍ରଶ୍ନକାଳରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଶକ୍ତି ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ବିଭାଗ ସମ୍ପର୍କିତ ପ୍ରସଙ୍ଗ ପ୍ରଶ୍ନକାଳରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି।

ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ। ଏହାପରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ ସମ୍ପର୍କରେ ଆଲୋଚନା ଆରମ୍ଭ ହେବ। ଚଳିତ ଅଦା ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ, ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ୍ କରାଯିବ।

#Odia#Odisha#News
Share Article:

Related Articles