न्यूज़रूम ओडिशा
ब्रेकिंग
ओडिया समाचार

ସମସ୍ତଙ୍କ ସହଯୋଗରେ ବ୍ରହ୍ମପୁରର ବିକାଶ କରାଯିବ: ନୂଆ ବିଇଏମସି କମିଶନର୍

ବ୍ରହ୍ମପୁର: ସମସ୍ତଙ୍କ ସହଯୋଗରେ ବ୍ରହ୍ମପୁର ମହାନଗରକୁ ଅଧିକ ସରସ ସୁନ୍ଦର କରାଯିବ। ସହରର ସୌନ୍ଦର୍ଯ୍ୟକରଣ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସାରିବା ଦିଗରେ ସମସ୍ତଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ନୂଆ କମିଶନର୍ ଭାବେ ଦାୟିତ୍ଵ ଗ୍ରହଣ ଅବସରରେ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର। ପୂର୍ବରୁ ବିଇଏମସି କମିଶନର୍ ଥିବା ଜେ.ସୋନାଲଙ୍କ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ପରେ [...]

Admin•10 फ़रवरी 2024
Share Article:

ବ୍ରହ୍ମପୁର: ସମସ୍ତଙ୍କ ସହଯୋଗରେ ବ୍ରହ୍ମପୁର ମହାନଗରକୁ ଅଧିକ ସରସ ସୁନ୍ଦର କରାଯିବ। ସହରର ସୌନ୍ଦର୍ଯ୍ୟକରଣ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସାରିବା ଦିଗରେ ସମସ୍ତଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ। ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ନୂଆ କମିଶନର୍ ଭାବେ ଦାୟିତ୍ଵ ଗ୍ରହଣ ଅବସରରେ ଏହି ମନ୍ତବ୍ୟ ପ୍ରକାଶ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର।

ପୂର୍ବରୁ ବିଇଏମସି କମିଶନର୍ ଥିବା ଜେ.ସୋନାଲଙ୍କ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ପରେ ଏବେ ଏହି ଦାୟିତ୍ବ ସମ୍ଭାଳିଛନ୍ତି ଏହି ବରିଷ୍ଠ ଓଏଏସ୍ ଅଧିକାରୀଜଣକ। ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ବହୁ କର୍ପୋରେଟର୍ ଓ ସରକାରୀ ଅଧିକାରୀ, କର୍ମଚାରୀମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବ ସହ ଭବ୍ୟ‌ ସ୍ବାଗତ ଜଣାଇଛନ୍ତି। ଏଥିସହ ଶ୍ରୀ ମିଶ୍ର ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ସଚିବ ଦାୟିତ୍ଵ ମଧ୍ୟ ଗ୍ରହଣ କରିଛନ୍ତି।

#Odia#Odisha#News
Share Article:

Related Articles