न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଖଲ୍ଲିକୋଟ ରାଜପରିବାର ଶ୍ମଶାନରେ ରାଣୀସାହେବାଙ୍କ ଶେଷକୃତ୍ୟ

ଭୁବନେଶ୍ୱର – ଶେଷ ଯାତ୍ରାରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ରାଣୀ ସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀର ରମ୍ଭା ରାଜପ୍ରାସାଦରେ ରଖାଯାଇଛି। ଗତକାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା । ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ [...]

Admin•11 फ़रवरी 2024
Share Article:

ଭୁବନେଶ୍ୱର – ଶେଷ ଯାତ୍ରାରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ରାଣୀ ସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀର ରମ୍ଭା ରାଜପ୍ରାସାଦରେ ରଖାଯାଇଛି। ଗତକାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା । ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଜେଡି ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା । ସେଠାରେ ସବୁ ଦଳର ବିଧାୟକ ଖଲ୍ଲିକୋଟ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

#Odia#Odisha#News
Share Article:

Related Articles