न्यूज़रूम ओडिशा
ब्रेकिंग
ओडिया समाचार

ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ହାରିଲା ଭାରତ, ଅଷ୍ଟ୍ରେଲିଆ ଚତୁର୍ଥ ଥର ଚାମ୍ପିୟନ

ବେନୋନି: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଯାଇଛି ଭାରତ। ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ଚତୁର୍ଥ ଟାଇଟଲ୍ ଓ ଦଳ ୧୩ ବର୍ଷ ପରେ ଏହି ବୟସ ବର୍ଗରେ ବିଶ୍ବ ଚାମ୍ପିୟନ ହୋଇଛି । ଭାରତ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି | ଏହି ପୂର୍ବରୁ ୨୦୧୨ ଓ [...]

Admin•11 फ़रवरी 2024
Share Article:

ବେନୋନି: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍‌ରେ ହାରିଯାଇଛି ଭାରତ। ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ଚତୁର୍ଥ ଟାଇଟଲ୍ ଓ ଦଳ ୧୩ ବର୍ଷ ପରେ ଏହି ବୟସ ବର୍ଗରେ ବିଶ୍ବ ଚାମ୍ପିୟନ ହୋଇଛି । ଭାରତ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି | ଏହି ପୂର୍ବରୁ ୨୦୧୨ ଓ ୨୦୧୮ ସଂସ୍କରଣର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ ।

ରବିବାର ବେନୋନିରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଦତ୍ତ ୨୫୪ ରନ୍‌ର ଟାର୍ଗେଟ୍ ଜବାବରେ ଭାରତ ୪୩.୫ ଓଭରରେ ୧୭୪ ରନ୍‌ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ତରଫରୁ ଓପନର୍ ଆଦର୍ଶ ସିଂ ସର୍ବାଧିକ ୪୭ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ରାଫ ମ୍ୟାକମିଲାନ ଏବଂ ମାହଲି ବିୟର୍ଡମ୍ୟାନ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିଥିବା ବେଳେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୩ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ହରଜସ ସିଂ ସର୍ବାଧିକ ୫୫ ରନ୍ କରିଥିଲେ। ଅଧିନାୟକ ହ୍ୟୁଜ ବିବଜେନ ୪୮ ରନ୍ ଓ ହ୍ୟାରି ଡିକ୍ସନ୍ ୪୨ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜ ଲିମ୍ବାନୀ ୩ଟି ୱିକେଟ୍ ନେଇଥିବା ବେଳେ ନମନ ତିୱାରୀ ୨ଟି ସଫଳତା ପାଇଥିଲେ |

#Odia#Odisha#News
Share Article:

Related Articles