ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଶୀଘ୍ର: ବନ ବିଭାଗର ପ୍ରସ୍ତୁତି
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗର ବେଳାଭୂମିରେ ଶୀଘ୍ର ପ୍ରକୃତିର ଏକ ନିଆରା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ତାହା ହେଉଛି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ସମୂହ ଅଣ୍ଡାଦାନ ଦୃଶ୍ୟ। ଶୀଘ୍ର ଏହି ଆଗନ୍ତୁକ ଅତିଥି ଜୀବମାନେ ହଜାର ହଜାର ସଂଖ୍ୟାରେ ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ କରିବେ। ଗତ ନଭେମ୍ବର- ଡିସେମ୍ବର ମାସରେ ସମୁଦ୍ର ମଧ୍ୟରେ ଏମାନଙ୍କର ମିଳନ ପର୍ବ ସମ୍ପନ୍ନ ହୋଇଥିଲା। ଏବେ ସେମାନଙ୍କ ଜୀବନର ଆଉ ଏକ [...]
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗର ବେଳାଭୂମିରେ ଶୀଘ୍ର ପ୍ରକୃତିର ଏକ ନିଆରା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ତାହା ହେଉଛି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ସମୂହ ଅଣ୍ଡାଦାନ ଦୃଶ୍ୟ। ଶୀଘ୍ର ଏହି ଆଗନ୍ତୁକ ଅତିଥି ଜୀବମାନେ ହଜାର ହଜାର ସଂଖ୍ୟାରେ ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ କରିବେ। ଗତ ନଭେମ୍ବର- ଡିସେମ୍ବର ମାସରେ ସମୁଦ୍ର ମଧ୍ୟରେ ଏମାନଙ୍କର ମିଳନ ପର୍ବ ସମ୍ପନ୍ନ ହୋଇଥିଲା। ଏବେ ସେମାନଙ୍କ ଜୀବନର ଆଉ ଏକ ପର୍ଯ୍ୟାୟ ଉପନୀତ। ଏବେ ଗଣ ଅଣ୍ଡାଦାନ ପରେ ପ୍ରାୟ ଦେଢ଼ ମାସ ପରେ ସେଥିରୁ କୁନି ଶାବକ ଅଲିଭ୍ ରିଡଲେ ଫୁଟି ବାହାରି ସମୁଦ୍ରମୁହାଁ ହେବେ।

ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ବେଳାଭୂମିର ପ୍ରୟାଗୀ ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ବନ ବିଭାଗ ଏହି ବିରଳ ଅତିଥିମାନେ ଯେପରି ସୁରୁଖୁରୁରେ ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯିବେ ସେଥିପାଇଁ ବନ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଅଣ୍ଡାଗୁଡିକର ସୁରକ୍ଷା ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ବଟେଶ୍ବର ଠାରୁ ପୋଡମପେଟା ଯାଏଁ ସମୁଦ୍ରତଟ ବାଲୁକା ଶଯ୍ୟା ସଫେଇ କରାଯାଇଛି ଯାହା ଏହି କଇଁଛମାନଙ୍କୁ ସାମୂହିକ ଅଣ୍ଡାଦାନ ପାଇଁ ଆକୃଷ୍ଟ କରୁଛି। ଅଣ୍ଡାଦାନ ବେଳେ ଯେପରି ବାଧା ନହୁଏ, ପରବର୍ତ୍ତୀ ସମୟରେ ଅଣ୍ଡାଗୁଡିକୁ ସାଧାରଣ ଲୋକ ଓ ବୁଲା କୁକୁର ଭଳି ଜୀବଜନ୍ତୁଙ୍କ ଦାଉରୁ ସୁରକ୍ଷିତ ରଖିବା ପାଇଁ ପ୍ଲାଷ୍ଟିକ୍ ତାର ଜାଲି ବିଛାଯାଇଛି। ଉକ୍ତ ଅଞ୍ଚଳରେ ଟ୍ରଲର୍ ଜରିଆରେ ମାଛଧରା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। କଇଁଛ ଓ ସେମାନଙ୍କ ଅଣ୍ଡାଗୁଡିକର ସୁରକ୍ଷା ନିମନ୍ତେ ଓ୍ବାଚ୍ ଟାଓ୍ବାର୍ ସ୍ଥାପନ କରିଛି ବନ ବିଭାଗ। ସମୁଦ୍ରରେ ବୋଟ୍ ଦ୍ବାରା ପାଟ୍ରୋଲିଂ ମଧ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍। ଏଥିରେ ପରିବେଶ ଓ ଜୀବଜନ୍ତୁ ସୁରକ୍ଷା ଦିଗରେ କାର୍ଯ୍ୟରତ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ସହାୟକ ସାଜିଛନ୍ତି।
ବଟେଶ୍ବର ଠାରୁ ପୋଡମପେଟା ଯାଏଁ ବେଳାଭୂମିକୁ ୫୦ଟି ବିଭାଗ କରାଯାଇ ଗ୍ରାମବାସୀ ଓ ବନ ବିଭାଗମାନେ ଜଗି ରହିବେ। ଅଣ୍ଡାଗୁଡିକୁ ସୁରକ୍ଷିତ ରଖିବା ନିମନ୍ତେ ୧୧ଟି କୃତ୍ରିମ ବସା ସ୍ଥାପନ କରାଯାଇଛି। ମୋଟାମୋଟି ଭାବେ ଏହି ବିରଳ ସାମୁଦ୍ରିକ କଇଁଛ ତଥା ମାଆ ଅଲିଭ୍ ରିଡଲେଙ୍କ ସ୍ବାଗତ ସତ୍କାର ସକାଶେ ବନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି।
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ଦେବାଶିଷ ଓ ଶୁଭାଶିଷ
Next Articleକେନ୍ଦ୍ର ସହ ଆଲୋଚନା ବିଫଳ, ଆଜି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡ଼ାକରା, ସୁରକ୍ଷା କଡ଼ାକଡ଼ି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
