କୃଷକ ଆନ୍ଦୋଳନ: ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କଲେ କେଜ୍ରିୱାଲ ସରକାର
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ ଦିଲ୍ଲୀ ପୋଲିସର ପ୍ରସ୍ତାବକୁ କେଜ୍ରିୱାଲ ସରକାର ଖାରଜ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତିି ଚାଷୀଙ୍କ ଦାବି ଯଥାର୍ଥ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା । ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ | ତେଣୁ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି କେଜ୍ରିୱାଲ ସରକାର [...]
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ବୱାନା ଷ୍ଟାଡିୟମକୁ ଅସ୍ଥାୟୀ ଜେଲ୍ କରିବା ପାଇଁ ଦିଲ୍ଲୀ ପୋଲିସର ପ୍ରସ୍ତାବକୁ କେଜ୍ରିୱାଲ ସରକାର ଖାରଜ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତିି ଚାଷୀଙ୍କ ଦାବି ଯଥାର୍ଥ । ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବା ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର। କୃଷକମାନେ ଏହି ଦେଶର ଅନ୍ନଦାତା ।
ସେମାନଙ୍କୁ ଜେଲରେ ରଖିବା ଠିକ୍ ନୁହେଁ | ତେଣୁ ବାୱାନା ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଦିଆଯିବ ନାହିଁ ବୋଲି କେଜ୍ରିୱାଲ ସରକାର କହିଛନ୍ତିି।
ଏମ୍ଏସପି ର ଆଇନଗତ ଗ୍ୟାରେଣ୍ଟି ସହ ଅନ୍ୟ ଦାବି ନେଇ ମଙ୍ଗଳବାର କୃଷକଙ୍କ ‘ଦିଲ୍ଲୀ ଚାଲୋ’ ପଦଯାତ୍ରା ଆରମ୍ଭ ହୋଇଛି। ଏଥିଯୋଗୁଁ ଜାତୀୟ ରାଜଧାନୀରେ ପ୍ରବଳ ଟ୍ରାଫିକ ଜାମ ହୋଇଛି। ଜାତୀୟ ରାଜପଥ-୪୮ରେ ଲମ୍ବା ଦେଖିବାକୁ ମିଳିଛି | ଗୁରୁଗ୍ରାମର ରାଜୀବ ଛକ ଠାରୁ ଆମ୍ବିଏନ୍ସ ମଲ୍ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ମଧ୍ୟ ଲମ୍ବା ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି ।
ବିଜେପିରେ ଯୋଗ ଦେଇପାରନ୍ତି ଅଶୋକ ଚହ୍ବାନ
Next Articleମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି: ଛାତ୍ରଛାତ୍ରୀମାନଙ୍କୁ ମିଳିବ ନୂଆ -ଓ ସ୍କଲାରସିପ, ଘୋଷଣା କଲେ ୫-ଟି ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
