न्यूज़रूम ओडिशा
ब्रेकिंग
ओडिया समाचार

ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର

ଭୁବନେଶ୍ବର -ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା ଓଇଆରସିରେ ଶୁଣାଣି ଚାଲିଥିଲା। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ [...]

Admin•13 फ़रवरी 2024
Share Article:

ଭୁବନେଶ୍ବର -ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା ଓଇଆରସିରେ ଶୁଣାଣି ଚାଲିଥିଲା। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ ଏନର୍ଜି ୟୁନିଟ ପିଛା ୨୫ରୁ ୨୦ପଇସା ହୋଇଛି। ଇଭି ଚାର୍ଜିଂ ଦର ୟୁନିଟ ପିଛା ୫୦ପଇସା କମିଛି। ଯୁନିଟ ପିଛା ୫ଟଙ୍କା ୫୦ପଇସାରୁ ୫ଟଙ୍କାକୁ ଖସିଲା ଇଭି ଚାର୍ଜିଂ ଦର।

ପ୍ରିପେଡ ମିଟରଧାରୀଙ୍କ ପାଇଁ ୪ ପ୍ରତିଶତ ରିବେଟ୍ ମିଳିବ
ଶୀତଳଭଣ୍ଡାର ପାଇଁ ୟୁନିଟ ପିଛା ୧ଟଙ୍କା ୬୦ ପଇସା କମିଲା । ୪ ଟଙ୍କା ୬୦ରୁ ୩ ଟଙ୍କା ହେଲା। ଉଠା ଜଳସେଚନ ଯେଉଁ ଚାଷୀ ବ୍ଯବହାର କରୁଛନ୍ତି ସେମାନଙ୍କ ଲାଗି ୟୁନିଟ ପିଛା ୨ଟଙ୍କା ରିହାତି ପ୍ରଦାନ କରିଛନ୍ତି। ଗତ ୩ ବର୍ଷ ହେଲା ବିଦ୍ୟୁତ ଦର ବଢି ନଥଲା। ଏଥର ଦର କମ କରିଛି ଓଇଆରସି ।

#Odia#Odisha#News
Share Article:

Related Articles