न्यूज़रूम ओडिशा
ब्रेकिंग
ओडिया समाचार

ଆଜି ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ହେବ ରଥକାଠ ଅନୁକୂଳ ପୂଜା

ପୁରୀ – ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ପୂଜା ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ୧୨ ଫୁଟ ବିଶିଷ୍ଟ ତିନି ଖଣ୍ଡ ଧଉରା କାଠ ରଖାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ତିନି ରଥ ନିର୍ମାଣ ପାଇଁ ୮୫୬ ଖଣ୍ଡ କାଠ ଦରକାର ପଡ଼ିଥାଏ। ଗତବର୍ଷ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ୫୩ଟି ବଳକା ତେଣୁ [...]

Admin•14 फ़रवरी 2024
Share Article:

ପୁରୀ – ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ପୂଜା ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ୧୨ ଫୁଟ ବିଶିଷ୍ଟ ତିନି ଖଣ୍ଡ ଧଉରା କାଠ ରଖାଯାଇଛି । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ପୂଜା ହେବ। ତିନି ରଥ ନିର୍ମାଣ ପାଇଁ ୮୫୬ ଖଣ୍ଡ କାଠ ଦରକାର ପଡ଼ିଥାଏ। ଗତବର୍ଷ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ୫୩ଟି ବଳକା ତେଣୁ ଏ ବର୍ଷ ୮୧୨ଟି କାଠ ଆସିବ । ଗତ ଶୁକ୍ରବାର ନୟାଗଡ଼ରୁ ୧୦୨ଟି କାଠ ଆସିଥିଲା । ପରମ୍ପରା ଅନୁସାରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ।

#Odia#Odisha#News
Share Article:

Related Articles