ଏସଟିଏଫ ଦ୍ବାରା ବାମରା ବନଖଣ୍ଡ ଅଞ୍ଚଳରୁ ୨ କଲରାପତ୍ରିଆ ବାଘ ଛାଳ ଜବତ, ଜଣେ ଗିରଫ
ସମ୍ବଲପୁର: ଏସଟିଏଫ ଆଜି ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଠିଆନାଳାରୁ ଦୁଇଟି କଲରାପତ୍ରିଆ ବାଘ ଛାଳ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାମରା ବନଖଣ୍ଡର କୁଚିଣ୍ଡା- ବଣେଇଗଡ ରାସ୍ତାରେ ବାଘଛାଳ ଚାଲାଣ ହେଉଥିବା ନେଇ ଏସଟିଏଫ ସୂଚନା ପାଇଥିଲା। ଏନେଇ ଠିଆନାଳା ନିକଟରେ ଏସଟିଏଫ ଚଢାଉ କରି ଦେବଗଡ ଜିଲ୍ଲାର ଲଇମୁରା ଥାନା ପାହାଡମରା ଗାଁର ସଂକୀର୍ତ୍ତନ ମୁଣ୍ଡା ନାମକ ଜଣେ [...]
ସମ୍ବଲପୁର: ଏସଟିଏଫ ଆଜି ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଠିଆନାଳାରୁ ଦୁଇଟି କଲରାପତ୍ରିଆ ବାଘ ଛାଳ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବାମରା ବନଖଣ୍ଡର କୁଚିଣ୍ଡା- ବଣେଇଗଡ ରାସ୍ତାରେ ବାଘଛାଳ ଚାଲାଣ ହେଉଥିବା ନେଇ ଏସଟିଏଫ ସୂଚନା ପାଇଥିଲା। ଏନେଇ ଠିଆନାଳା ନିକଟରେ ଏସଟିଏଫ ଚଢାଉ କରି ଦେବଗଡ ଜିଲ୍ଲାର ଲଇମୁରା ଥାନା ପାହାଡମରା ଗାଁର ସଂକୀର୍ତ୍ତନ ମୁଣ୍ଡା ନାମକ ଜଣେ ଯୁବକକୁ ଅଟକ ରଖିଥିଲା। ତା ଠାରୁ ଦୁଇଟି ବାଘ ଛାଳ ଜବତ ହୋଇଥିଲା। ସେଥିରୁ ଗୋଟିଏ ଛାଳ ବାଘ ଛୁଆର ହୋଇଥିବା ଜଣାପଡିଛି। ସଂକୀର୍ତ୍ତନକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେହିପରି ଜବତ ଛାଳକୁ ଡେରାଡୁନ ସ୍ଥିତ ପରୀକ୍ଷାଗାରକୁ ପଠାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ସେପଟେ ଏହି ଅଞ୍ଚଳରୁ ଗତକାଲି ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚାଲାଣ ବେଳେ ଜବତ କରିଥିଲା।
ବୌଦ୍ଧ ଜିଲ୍ଲା ନଳିକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ବିସ୍ଫୋରଣ, ୨ ଏସଓଜି ଯବାନ ଆହତ
Next Article‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
