न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ଆଜିଠୁ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର – ଓଡ଼ିଶାରେ ଏକସଙ୍ଗେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଆଜିଠୁ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ୍। ଗତକାଲି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିବାଚନ କମିଶନରଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବା ସମ୍ଭାବନା ରହିଛି। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମୁଖ୍ୟ [...]

Admin•16 फ़रवरी 2024
Share Article:

ଭୁବନେଶ୍ବର – ଓଡ଼ିଶାରେ ଏକସଙ୍ଗେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଆଜିଠୁ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ୍। ଗତକାଲି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିବାଚନ କମିଶନରଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବା ସମ୍ଭାବନା ରହିଛି। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବଙ୍କ ସହ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ବିସ୍ତୃତ ଆଲୋଚନା କରିବେ । ଆସନ୍ତାକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ କମିଶନର । ଏହାପରେ ମୁଖ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ବିସ୍ତୃତ ସୂଚନା ଦେବେ ।

#Odia#Odisha#News
Share Article:

Related Articles