न्यूज़रूम ओडिशा
ब्रेकिंग
ओडिया समाचार

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୩୭ତମ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ ହୋଇଛି। ୫ ଦିନିଆ ଯୁବ ମହୋତ୍ସବରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୧୬ ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬ ଶହ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଛନ୍ତି। ଅଂଶଗ୍ରହଣକାରୀଙ୍କ ଏକ ସାଂସ୍କୃତିକ ଶୋଭାଯାତ୍ରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ବା ଭଞ୍ଜବିହାର ପରିସର ପରିକ୍ରମା କରିଥିଲା। ଭିନ୍ନ ଭିନ୍ନ ରାଜ୍ୟର ଲୋକକଳା ଓ ସାଂସ୍କୃତିକ ବିଭବର ଝଲକ ଦେଖିବାକୁ ମିଳିଥିଲା। ମହୋତ୍ସବ ଉଦଘାଟନ ପୂର୍ବରୁ [...]

Admin•17 फ़रवरी 2024
Share Article:
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୩୭ତମ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ ହୋଇଛି। ୫ ଦିନିଆ ଯୁବ ମହୋତ୍ସବରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୧୬ ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬ ଶହ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଛନ୍ତି। ଅଂଶଗ୍ରହଣକାରୀଙ୍କ ଏକ ସାଂସ୍କୃତିକ ଶୋଭାଯାତ୍ରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ବା ଭଞ୍ଜବିହାର ପରିସର ପରିକ୍ରମା କରିଥିଲା। ଭିନ୍ନ ଭିନ୍ନ ରାଜ୍ୟର ଲୋକକଳା ଓ ସାଂସ୍କୃତିକ ବିଭବର ଝଲକ ଦେଖିବାକୁ ମିଳିଥିଲା।

ମହୋତ୍ସବ ଉଦଘାଟନ ପୂର୍ବରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ମୁଖ୍ୟ ଅତିଥି ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ୧୦୦ ଫୁଟ ଲମ୍ବ ବିଶିଷ୍ଟ ଜାତୀୟ ପତାକା ପ୍ରଥମ କରି ଉନ୍ମୋଚନ କରାଯାଇଥିଲା। ପରେ ବିଶ୍ଵବିଦ୍ୟାଳୟ ମିନି ଷ୍ଟାଡିଅମ୍ ଠାରେ ଆସୋସିଏସନ୍ ଅଫ ଇଣ୍ଡିଆନ୍ ୟୁନିଭର୍ସିଟିଜ (ଏଆଇୟୁ) ଆନୁକୁଲ୍ୟରେ ଆୟୋଜିତ ଯୁବ ମହୋତ୍ସବର ଉଦଘାଟନ କାର୍ଯ୍ୟକ୍ରମ କୁଳପତି ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା କମିଟି ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଏଆଇୟୁ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ପାଳ, ଦୀପକ କୁମାର ମିଶ୍ର, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ ମଞ୍ଚସୀନ ଥିଲେ। ପ୍ରାୟ ୪୦ ବର୍ଷ ପରେ ଯୁବ ମହୋତ୍ସବ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଗଞ୍ଜାମ ଲୋକ କଳା ଏବଂ ଐତିହ୍ୟ ପ୍ରଦର୍ଶନୀ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।

#Odia#Odisha#News
Share Article:

Related Articles