न्यूज़रूम ओडिशा
ब्रेकिंग
ओडिया समाचार

ଭଞ୍ଜନଗର ନିକଟ ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶୀକାର ଉଦ୍ଦେଶ୍ୟରେ ଦେଶୀ ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ବେଳେ ତାହା ବିସ୍ଫୋରିତ ହୋଇ ସ୍ବପ୍ନା ସାହୁ (୩୫) ନାମକ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳି ପିଠିର ଗୋଟିଏ ପାଖରେ ପଶି ଆରପଟକୁ [...]

Admin•18 फ़रवरी 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶୀକାର ଉଦ୍ଦେଶ୍ୟରେ ଦେଶୀ ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ବେଳେ ତାହା ବିସ୍ଫୋରିତ ହୋଇ ସ୍ବପ୍ନା ସାହୁ (୩୫) ନାମକ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳି ପିଠିର ଗୋଟିଏ ପାଖରେ ପଶି ଆରପଟକୁ ବାହାରି ଯାଇଛି। ତେବେ ସ୍ବପ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତେବେ ସ୍ବପ୍ନାଙ୍କ ମାଆ ସାଧୁମତି କହିଛନ୍ତି ଯେ ଜଙ୍ଗଲକୁ ପତ୍ର ତୋଳି ଯାଇଥିବା ବେଳେ ସ୍ବପ୍ନାଙ୍କୁ କେହି ଗୁଳିମାଡ଼ କରିଛି। ପୋଲିସ ପ୍ରାଥମିକ ତଦନ୍ତ ପରେ ଶୀକାର ଉଦ୍ଦେଶ୍ୟକୁ ସନ୍ଦେହ କରୁଛି।

#Odia#Odisha#News
Share Article:

Related Articles