୫-ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍ ପାର୍କ ସ୍ଥିତ ସାପିଜେନ୍ ବାୟୋଲଜିକ୍ସ ପରିଦର୍ଶନ, ମେ’ ରୁ ବ୍ୟବସାୟିକ ଟିକା ଉତ୍ପାଦନ
ଭୁବନେଶ୍ୱର – ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ୫-ଟି ଅଧ୍ୟକ୍ଷ [...]
ଭୁବନେଶ୍ୱର – ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ ।
୫-ଟି ଅଧ୍ୟକ୍ଷ ପ୍ଲାଣ୍ଟର ସମସ୍ତ ୟୁନିଟ୍ ପରିଦର୍ଶନ କରିବା ସହିତ ମ୍ୟାନେଜ୍ମେଣ୍ଟ ଏବଂ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ଲାଣ୍ଟକୁ ଆଗାମୀ ତିନି ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସଂପୃକ୍ତ ସରକାରୀ ବିଭାଗ ଗୁଡ଼ିକ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଭାରତ ବାୟୋଟେକ୍ ପାର୍କର ଡକ୍ଟର କ୍ରିଷ୍ଣା ଏଲାଙ୍କ ତତ୍ତ୍ୱାବଧାନରେ ଏହି ପ୍ଲାଣ୍ଟ ୧୫୦୦ କୋଟି ଟଙ୍କା ପୁଂଜିନିବେଶରେ ସ୍ଥାପନ କରାଯାଉଛି । ଏହି ଅତ୍ୟାଧୁନିକ ପ୍ଲାଣ୍ଟ ଜରିଆରେ ପ୍ରାୟ ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ଏବଂ ଏଥିରେ ଓଡ଼ିଶା ଲୋକଙ୍କୁ ସର୍ବାଧିକ ନିଯୁକ୍ତି ମିଳିବ । ଏହି ପ୍ଲାଣ୍ଟ କଲେରା, ମାଲେରିଆ ପରି ରୋଗ ପାଇଁ ୧୫ରୁ ଅଧିକ ପ୍ରକାର ଟିକା ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି ।
ଭୁବନେଶ୍ୱରରୁ ପ୍ରସ୍ତୁତ ଏହି ଟିକାଗୁଡ଼ିକ ବିଶ୍ୱର ବିଭିନ୍ନ ସ୍ଥାନକୁ ରପ୍ତାନି କରାଯିବ ଏବଂ ଏହା ଦ୍ୱାରା ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ସୁନାମ ବୃଦ୍ଧି ହେବ । ଏହି ପ୍ରକଳ୍ପଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଆଧାରରେ ସ୍ଥାପନ ହେଉଛି । ଏଠାରୁ ପ୍ରସ୍ତୁତ ଟିକା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଯୋଗାଇଦେବ ।

୫-ଟି ଅଧ୍ୟକ୍ଷ ସରକାରୀ ସ୍ତରରେ ସମସ୍ତ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ବାୟୋଟେକ୍ନୋଲୋଜି ନୀତି କ୍ୟାବିନେଟ୍ରେ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ । ଏଭଳି ଏକ ବୃହତ୍ ଟିକା ପ୍ରସ୍ତୁତକାରୀ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଅନ୍ୟାନ୍ୟ ବାୟୋଟେକ୍ନୋଲୋଜି ସଂପର୍କିତ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନି ଓଡ଼ିଶାର ବାୟୋଟେକ୍ ପାର୍କ ପ୍ରତି ଆକୃଷ୍ଟ ହେବେ ଏବଂ ଏହା ଦ୍ୱାରା ଓଡ଼ିଶାରେ ପୁଂଜିନିବେଶର ସମ୍ଭାବନା ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ୫-ଟି ଅଧ୍ୟକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର, ଇଡକୋ ଏମଡି ଭୂପିନ୍ଦର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।
Odisha’s IDCO floats tender for construction of int’l airport in Puri
Next Articleଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
