न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟସଭା ନିର୍ବାଚନ: ନିର୍ବିରୋଧରେ ନିର୍ବାଚିତ ହେବେ ଓଡ଼ିଶାରୁ ତିନି ପ୍ରାର୍ଥୀ

ଭୁବନେଶ୍ବର – ରାଜ୍ୟସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭାର ୩ଟି ଆସନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ୍ ରହିଛି। ତୃତୀୟ ପ୍ରାର୍ଥୀ ବିଜେପି ନେତା ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର ମଧ୍ୟ ଯାଞ୍ଚ ପରେ କାଏମ୍ ରହିଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଘୋଷଣା [...]

Admin•20 फ़रवरी 2024
Share Article:

ଭୁବନେଶ୍ବର – ରାଜ୍ୟସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଓଡ଼ିଶାରୁ ଖାଲି ହେଉଥିବା ରାଜ୍ୟସଭାର ୩ଟି ଆସନ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ୍ ରହିଛି। ତୃତୀୟ ପ୍ରାର୍ଥୀ ବିଜେପି ନେତା ତଥା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର ମଧ୍ୟ ଯାଞ୍ଚ ପରେ କାଏମ୍ ରହିଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଘୋଷଣା କରିଛି। ୩ଟି ଆସନ ପାଇଁ ୩ ଜଣ ପ୍ରାର୍ଥୀ ଥିବାରୁ ସେମାନେ ନିର୍ବିରୋଧରେ ନିର୍ବାଚିତ ହେବେ । ସଂଖ୍ୟା ଗରିଷ୍ଠତା ଥିବାରୁ ଆସନ୍ତା ୨୭ରେ ମତଦାନର ଆବଶ୍ୟକ ପଡ଼ିବ ନାହିଁ। ରିଟର୍ଣ୍ଣିଂ ଅଫିସର ଆଜି ତିନି ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

#Odia#Odisha#News
Share Article:

Related Articles