न्यूज़रूम ओडिशा
ब्रेकिंग
ओडिया समाचार

୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ ଲାଗୁ

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲାର ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ବଳରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ସେମାନେ ହେଲେ ପୋଲିସ ଓ୍ବାଣ୍ଟେଡ୍ ତାଲିକାରେ ଥିବା ଆସିକା ଥାନା ଅନ୍ତର୍ଗତ ନୂଆଗାଁର ସୁନିଲ ନାୟକ (ସୁଲତାନ ବା ଟିଟୁ), ପୋଲସରା ଥାନା ଅନ୍ତର୍ଗତ ପାଟଣାପଦରର ଯଜ୍ଞ ପ୍ରଧାନ ଓ ବଡ଼ଗଡ଼ ଥାନା ଗଙ୍ଗାପୁର ଗାଁର ଗୁରୁ ପ୍ରସାଦ ସ୍ୱାଇଁ। ତିନି ଜଣଙ୍କୁ ପୋଲିସ ଏନ୍ଏସ୍ଏ ବଳରେ ଗିରଫ କରି କୋର୍ଟଚାଲାଣ [...]

Admin•20 फ़रवरी 2024
Share Article:

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲାର ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ବଳରେ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ସେମାନେ ହେଲେ ପୋଲିସ ଓ୍ବାଣ୍ଟେଡ୍ ତାଲିକାରେ ଥିବା ଆସିକା ଥାନା ଅନ୍ତର୍ଗତ ନୂଆଗାଁର ସୁନିଲ ନାୟକ (ସୁଲତାନ ବା ଟିଟୁ), ପୋଲସରା ଥାନା ଅନ୍ତର୍ଗତ ପାଟଣାପଦରର ଯଜ୍ଞ ପ୍ରଧାନ ଓ ବଡ଼ଗଡ଼ ଥାନା ଗଙ୍ଗାପୁର ଗାଁର ଗୁରୁ ପ୍ରସାଦ ସ୍ୱାଇଁ। ତିନି ଜଣଙ୍କୁ ପୋଲିସ ଏନ୍ଏସ୍ଏ ବଳରେ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ରାହାଜାନୀ, ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ରଖିବା, ବଳପୂର୍ବକ ଦାଦାବଟି ଆଦାୟ, ଅବକାରୀ କେସ୍ ଭଳି ଏକାଧିକ ସଙ୍ଗୀନ ମାମଲା ରହିଛି। ଉକ୍ତ ତିନି ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଗଞ୍ଜାମ ଏସପି ଓ ଜିଲ୍ଲାପାଳଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା। ସେସବୁକୁ ମଞ୍ଜୁରୀ କରାଯାଇ ସମ୍ପୃକ୍ତ ଥାନାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିର୍ଦ୍ଦେଶ ଦିଆଯାଇଥିଲା।

ସୁନିଲ ବିରୋଧରେ ୮ଟି, ଯଜ୍ଞ ବିରୋଧରେ ୮ଟି, ଗୁରୁ ନାଁରେ ୩ଟି ଗୁରୁତର ମାମଲା ବିଭିନ୍ନ ଥାନାରେ ରହିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ପୋଲିସ ଆକ୍ସନ୍ ମୋଡରେ ରହିଛି। ଜିଲ୍ଲାରେ ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ନିମନ୍ତେ ପୋଲିସ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି।

#Odia#Odisha#News
Share Article:

Related Articles