न्यूज़रूम ओडिशा
ब्रेकिंग
ओडिया समाचार

କଳ୍ପନା ଜଳ୍ପନାର ଅନ୍ତ ଘଟାଇଲେ ଅଖିଳେଶ, କହିଲେ କଂଗ୍ରେସ ସହିତ ମେଣ୍ଟ ହେବ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆସନ ଭାଗବଣ୍ଟା ନେଇ କଂଗ୍ରେସ ସହ କୌଣସି ବିବାଦ ନାହିଁ । ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ । ଏଥିସହ ସେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ମୁରାଦାବାଦରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ନ ହେବା ପ୍ରଶ୍ନରେ ଅଖିଳେଶ [...]

Admin•21 फ़रवरी 2024
Share Article:

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଆସନ ଭାଗବଣ୍ଟା ନେଇ କଂଗ୍ରେସ ସହ କୌଣସି ବିବାଦ ନାହିଁ । ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ । ଏଥିସହ ସେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ।

ମୁରାଦାବାଦରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ନ ହେବା ପ୍ରଶ୍ନରେ ଅଖିଳେଶ କହିଛନ୍ତି, “ଯାହା ଭଲରେ ଶେଷ ହୁଏ ତାହା ଭଲ । ଆପଣମାନେ ସମସ୍ତେ ବୁଦ୍ଧିମାନ। ”

କଂଗ୍ରେସ ସହ ମେଣ୍ଟ ହେବ କି ନାହିଁ ପ୍ରଶ୍ନରେ ଅଖିଳେଶ କହିଛନ୍ତି, “ମେଣ୍ଟ ହେବ। କଂଗ୍ରେସ ସହିତ ଆସନ ଭାଗବଣ୍ଟା ନେଇ କୌଣସି ବିବାଦ ନାହିଁ। ଆପଣଙ୍କୁ ସବୁକିଛି ସ୍ପଷ୍ଟ ହୋଇଯିବ। ”

ବହୁଜନ ସମାଜ ପାର୍ଟି ପାଇଁ କଂଗ୍ରେସର ଦ୍ୱାର ଖୋଲା ଅଛି ବୋଲି କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ବୟାନ ସମ୍ପର୍କରେ ପଚରାଯିବାରୁ ଏସପି ସଭାପତି କହିଛନ୍ତି, ବର୍ତ୍ତମାନ ଏସବୁ ପୁରୁଣା ହୋଇଯାଇଛି।

ଏହାରି ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ କିଛି ଆସନ ବିନିମୟକୁ ନେଇ ଆଲୋଚନା ଚାଲିଛି। ଆସନ ଭାଗବଣ୍ଟା ପ୍ରସଙ୍ଗରେ ବି ଆଲୋଚନା ହେବା ସମ୍ଭାବନା ଅଛି।

ସୂଚନାଯୋଗ୍ୟ, ଏସପି ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ନିଜ ‘ଇଣ୍ଡିଆ’ ସହଯୋଗୀ କଂଗ୍ରେସକୁ ୧୭ଟି ଆସନ ଦେଇଥିଲା। ରାଏବରେଲିରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଏସପି ସଭାପତି ଯୋଗ ଦେବାର ଥିଲା । କିନ୍ତୁ ସେ ଏଥିରେ ସାମିଲ ହୋଇନଥିଲେ। ଏସପି କହିଥିଲା ଯେ କଂଗ୍ରେସ ଏହି ପ୍ରସ୍ତାବ ଗ୍ରହଣ କଲେ ହିଁ ଅଖିଳେଶ ଏହି ଯାତ୍ରାରେ ଭାଗ ନେବେ । ଏହା ପରେ କଂଗ୍ରେସ ଓ ଏସପି ମଧ୍ୟରେ ମେଣ୍ଟ ଅସମ୍ଭବ ଲାଗୁଥିଲା ।

#Odia#Odisha#News
Share Article:

Related Articles