କନ୍ଧମାଳ ଜିଲ୍ଲା ପ୍ରତି ଆକୃଷ୍ଟ ହେଉଛନ୍ତି ଓଲିଉଡ୍ ପ୍ରଯୋଜକ: ବିଗୁଲ ପରେ ବାବୁଶାନ୍ -ଏଲିନାଙ୍କ ‘ପାବାର’ ଫିଲ୍ମର ସୁଟିଂ ଆରମ୍ଭ
ଫୁଲବାଣୀ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ ଜିଲ୍ଲାରେ ଆରମ୍ଭ ହୋଇଛି । ଫିଲ୍ମର ନାଁ ରହିଛି ପାବାର୍। ସୁପର୍ ଷ୍ଟାର୍ ବାବୁଶାନ୍ ଓ ଏଲିନା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା [...]
ଫୁଲବାଣୀ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ ଜିଲ୍ଲାରେ ଆରମ୍ଭ ହୋଇଛି । ଫିଲ୍ମର ନାଁ ରହିଛି ପାବାର୍। ସୁପର୍ ଷ୍ଟାର୍ ବାବୁଶାନ୍ ଓ ଏଲିନା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି।
ବାବୁଶାନ ଫିଲ୍ମସ ନିବେଦିତ ଏହି ମୁଭିକୁ ତ୍ରିପ୍ତି ଶତପଥି ପ୍ରଯୋଜନା କରିଛନ୍ତି। ଆଜି କନ୍ଧମାଳ ଜିଲ୍ଲା ଶଙ୍କରଖୋଲ ନିକଟ ଅଡାବାଡ଼ି ଶାଳ ବଣରୁ ଆରମ୍ଭ ହୋଇଛି ସୁଟିଂ। ସ୍ଥାନୀୟ ଅଂଚଳର ଲୋକେ ଓଡ଼ିଆ ଫିଲ୍ମ ସୁଟିଂ ହେଉଥିବାରୁ ଏବଂ ବାବୁଶାନ୍ ଓ ଏଲିନାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି । ବିଗୁଲ୍ ଫିଲ୍ମ ଆସନ୍ତା ମାର୍ଚ୍ଚ ୨୨ରେ ରିଲିଜ୍ ହେଉଥିବା ବେଳେ ଏହାର ଟିଜର୍ ରିଲିଜ୍ ହୋଇଯାଇଛି।
କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପରିବେଶ ଫିଲ୍ମ ସୁଟିଂ ପାଇଁ ଅନୁକୂଳ ହୋଇଛି। ଏହା ସହିତ ଅନ୍ୟ ଭାଷାର ଫିଲ୍ମର ନକଲ ନକରି ନିଛକ ଓଡ଼ିଆ କାହାଣୀରେ ହେଉଛି ଏହି ସବୁ ଫିଲ୍ମ । ଏଥିପାଇଁ ଲୋକେସନ୍ ପରିବେଶ ସବୁ କନ୍ଧମାଳରେ ମିଳୁଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ ରହିଛି। ସ୍ଥାନୀୟ କଳାକାରଙ୍କ ପାଇଁ ମଧ୍ୟ ଏହା ସୁଯୋଗ ସୃଷ୍ଟି କରିଛି ।
ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକଙ୍କୁ ଡାକିଲେ ସରକାର, ଶାନ୍ତି ବଜାୟ ରଖିବାକୁ କଲେ ଅପିଲ
Next ArticleOdisha Govt Invokes ESMA to Prohibit Strikes by Firemen, Their Supervisory Ranks
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
