ସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ପାରିଶ୍ରମିକ ୬,୫୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ। ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ [...]
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।
ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ପ୍ରତିନିଧିମାନଙ୍କଠାରୁ ଏଥିପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ୫-ଟି ଅଧ୍ୟକ୍ଷ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟ ଜଳ ଯୋଗାଇବା ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତମାନଙ୍କରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି ଏବଂ ଏମାନେ ପାଇପ ଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ଟ୍ୟୁବୱେଲ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।
5T Chairman Kartik Pandian Visits Ekamra Khetra, Makes Early Morning Inspection of Project
Next ArticleCM Naveen Hikes Remuneration of Self Employed Mechanics to Rs 6500
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
