ଗନ୍ଧମାର୍ଦ୍ଦନରେ ମାଓବାଦୀ, ଏସ୍ଓଜିଙ୍କ ଗୁଳିବିନିମୟ
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥୁଲା । ତେବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘଦିନ ହେବ [...]
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ , ବରଗଡ ଜିଲ୍ଲା ପାଇକମାଲ ଥାନା ଗନ୍ଧମାର୍ଦନ ପାହାଡରେ ଶୁକ୍ରବାର ସକାଳୁ ଏସଓଜି ଯବାନମାନେ କମିଂ ଅପରେସନ୍ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀମାନେ ମୁହାଁମୁହିଁ ହେବା ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥୁଲା । ତେବେ ଏହି ଅଞ୍ଚଳରେ ବହୁଦିନ ପରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘଦିନ ହେବ ପଦ୍ମପୁର ପାଇକମାଲ ଅଞ୍ଚଳରେ ମାଓବାଦୀମାନେ ରହିଥିବା ନେଇ କୌଣସି ସୂଚନା ନଥିଲା । ହେଲେ ଶୁକ୍ରବାର ସକାଳୁ ମାଓବାଦୀଙ୍କ ଅବସ୍ଥିତି ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ହୋଇଥିବା ସେପଟେ ଉଭୟ ପକ୍ଷରୁ ଘନ ଘନ ଗୁଳିଚାଳନା ଖବର ରହିଥିବା ବେଳେ ଘଟଣାସ୍ଥଳକୁ ପୋଲିସର ବରିଷ୍ଠ ଅଧିକାରୀ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ ଜିଲ୍ଲା ପାଇକମାଲକୁ ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥିବା ସୂଚନା ରହିଥିବା ବେଳେ ବରଗଡ଼ ଏସ୍ପି ଉକ୍ତ ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି । ତେବେ ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି ।
ଏକାମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
Next ArticleOdisha Forays into Advanced, Precision Manufacturing; Signs MoU with Kalyani Steel
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
