न्यूज़रूम ओडिशा
ब्रेकिंग
ओडिया समाचार

ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ, କଲ୍ୟାଣ ଷ୍ଟିଲ ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ

ଭୁବନେଶ୍ୱର – ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ଏଣିକି ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନ ଯନ୍ତ୍ରାଂଶ। ଏ ନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ( ଏମ୍ଓୟୁ ) ସ୍ବାକ୍ଷର କରିଛି କଲ୍ୟାଣ ଷ୍ଟିଲ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ କଲ୍ୟାଣ ଷ୍ଟିଲ ପ୍ରତିଷ୍ଠା କରି ପ୍ରକଳ୍ପ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ [...]

Admin•23 फ़रवरी 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ଏଣିକି ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନ ଯନ୍ତ୍ରାଂଶ। ଏ ନେଇ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ( ଏମ୍ଓୟୁ ) ସ୍ବାକ୍ଷର କରିଛି କଲ୍ୟାଣ ଷ୍ଟିଲ । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ବାକ୍ଷର ହୋଇଛି । ଢେଙ୍କାନାଳ ଜିଲ୍ଲାର ଗଜମରାରେ କଲ୍ୟାଣ ଷ୍ଟିଲ ପ୍ରତିଷ୍ଠା କରି ପ୍ରକଳ୍ପ। ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଛି। ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ। ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ। ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ।

#Odia#Odisha#News
Share Article:

Related Articles