ଗଞ୍ଜାମରେ ସହରାଞ୍ଚଳ ସଂଖ୍ୟା ୨୦କୁ ବୃଦ୍ଧି: ଏନ୍ଏସି, ପୌରପାଳିକା ମାନ୍ୟତା ପରେ ଖୁସିର ଲହରୀ
ଛତ୍ରପୁର: ଗଞ୍ଜାମ ହେଉଛି ରାଜ୍ୟର ସର୍ବାଧିକ ସହରାଞ୍ଚଳ ଥିବା ଜିଲ୍ଲା। ଏଠାରେ ମୋଟ ୧୮ଟି ସହରାଞ୍ଚଳ ଥିବା ବେଳେ ସେଥିରେ ରହିଛି ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ପୌରପାଳିକା ଓ ୧୬ଟି ବିଜ୍ଞାପିତ ଅଞ୍ଚଳ ବା ଏନ୍ଏସି। ତେବେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିନିକିଆ ଗଞ୍ଜାମ ଗସ୍ତ ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼କୁ ଏନ୍ଏସି ମାନ୍ୟତା ପ୍ରଦାନ କଥା ଘୋଷଣା କରିଥିଲେ। ଏବେ ପୁଣି କୁକୁଡ଼ାଖଣ୍ଡିକୁ ନୂଆ କରି ଏନ୍ଏସି କରାଯିବାକୁ [...]
ଛତ୍ରପୁର: ଗଞ୍ଜାମ ହେଉଛି ରାଜ୍ୟର ସର୍ବାଧିକ ସହରାଞ୍ଚଳ ଥିବା ଜିଲ୍ଲା। ଏଠାରେ ମୋଟ ୧୮ଟି ସହରାଞ୍ଚଳ ଥିବା ବେଳେ ସେଥିରେ ରହିଛି ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ପୌରପାଳିକା ଓ ୧୬ଟି ବିଜ୍ଞାପିତ ଅଞ୍ଚଳ ବା ଏନ୍ଏସି। ତେବେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିନିକିଆ ଗଞ୍ଜାମ ଗସ୍ତ ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼କୁ ଏନ୍ଏସି ମାନ୍ୟତା ପ୍ରଦାନ କଥା ଘୋଷଣା କରିଥିଲେ। ଏବେ ପୁଣି କୁକୁଡ଼ାଖଣ୍ଡିକୁ ନୂଆ କରି ଏନ୍ଏସି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ସହରାଞ୍ଚଳ ସଂଖ୍ୟା ୨୦କୁ ବୃଦ୍ଧି ପାଇବ। ଅପରପକ୍ଷରେ ଆସିକା ଓ ଛତ୍ରପୁର ଏନ୍ଏସି ଏବେ ପୌରପାଳିକା ମାନ୍ୟତା ପାଇବ। ଫଳରେ ଜିଲ୍ଲାରେ ପୌରପାଳିକା ସଂଖ୍ୟା ୩ ହେବ। ନୂଆ ଦୁଇ ଏନ୍ଏସିକୁ ମିଶାଇ ଜିଲ୍ଲାର ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୬ ରହିବ। ଏକମାତ୍ର ମହାନଗର ନିଗମ ରହିବ ବ୍ରହ୍ମପୁର।

ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେଇଥିବା ସାଧାରଣରେ ମତପ୍ରକାଶ ପାଇଛି। ସମାଜର ବିିଭିନ୍ନ କ୍ଷେତ୍ରର ଲୋକ ଏ ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏସବୁ ଦାବିର ବେଶ୍ ଯଥାର୍ଥତା ରହିଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ହୃଦୟଙ୍ଗମ କରି ପାରିଛନ୍ତି ।
ଛତ୍ରପୁର ହେଉଛି ଜିଲ୍ଲା ସଦର ମହକୁମା। ୬୯ ବର୍ଷ ପୁରୁଣା ସହର। ବର୍ତ୍ତମାନ ଜନସଂଖ୍ୟା ୩୦ ହଜାର ଛୁଇଁଲାଣି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ସହର ନିକଟରେ ଜାତୀୟ ରାଜପଥ, ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାମ୍ପରା, ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଘୋଷଣାକୁ ନେଇ ଛତ୍ରପୁର ସହରରେ ଆନନ୍ଦର ଲହରୀ ଖେଳିଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କିଛି ଶୁଭେଛୁ ବ୍ୟାନର୍ ଧରି କୃତଜ୍ଞତା ଅର୍ପଣ କରିଥିଲେ।

କୁକୁଡାଖଣ୍ଡି ଏନଏସି ଘୋଷଣାକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ। ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସହ ଅଞ୍ଚଳବାସୀ ଆତସବାଜୀ ଫୁଟାଇ ଖୁସି ମନାଇଛନ୍ତି। ସେହିପରି ଆସିକା ଏନଏସିକୁ ମ୍ୟୁନିସିପାଲିଟି ଘୋଷଣାକୁ ନେଇ ସହରରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଆସିକାର ଆରାଧ୍ୟ୍ୟା ଦେବୀ ମା’ ଖମ୍ବେଶ୍ୱେରୀଙ୍କ ପୀଠରେ ଅଧ୍ୟକ୍ଷା ବିନେତା ସ୍ବାଇଁ, କାଉନସିଲର, କର୍ମଚାରୀମାନେ ପୂଜାର୍ଚ୍ଚନା କରି ବାଦ୍ୟ, ବାଣ ପଟୁଆରରେ ସହର ପରିକ୍ରମା କରିଥିଲେ। ୧୫/୧୧/୧୯୫୭ ମସିହାରେ ଆସିକା ଏନଏସି ଘୋଷିତ ହୋଇଥିଲା। ଏତେ ବର୍ଷ ପରେ ମ୍ୟୁନିସିପାଲିଟି ଘୋଷଣା କରିବା ପରେ ଶୁଭେଛା ପ୍ରଦାନ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସନ୍ଧ୍ୟାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
CM Naveen Elaborates Odisha’s Remarkable Transformation in Multiple Fields at ‘India Today’ Conclave
Next Article୨୭ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
