न्यूज़रूम ओडिशा
ब्रेकिंग
ओडिया समाचार

୧ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ବ୍ରହ୍ମପୁର: ରାଷ୍ଟ୍ରପତି ହେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ କରି ଆସୁଛନ୍ତି ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ। ସେ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ଏଭଳି ଦ୍ବିତୀୟ ଅବସର ହେବ ଯେତେବେଳେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ଆସିବେ ତଥା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପୂର୍ବରୁ ଭି.ଭି.ଗିରି ରାଷ୍ଟ୍ରପତି ଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗସ୍ତ କରିଥିଲେ। [...]

Admin•27 फ़रवरी 2024
Share Article:
୧ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ବ୍ରହ୍ମପୁର: ରାଷ୍ଟ୍ରପତି ହେବା ପରେ ଗଞ୍ଜାମ ଜିଲ୍ଲାକୁ ପ୍ରଥମ କରି ଆସୁଛନ୍ତି ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ। ସେ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ଏଭଳି ଦ୍ବିତୀୟ ଅବସର ହେବ ଯେତେବେଳେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ଆସିବେ ତଥା ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପୂର୍ବରୁ ଭି.ଭି.ଗିରି ରାଷ୍ଟ୍ରପତି ଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗସ୍ତ କରିଥିଲେ।

ଏହି ସମାବର୍ତ୍ତନ ଉତ୍ସବ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତିଙ୍କ ପ୍ରାୟ ୫୦ ମିନିଟର କାର୍ଯ୍ୟକ୍ରମ ରହିଥିବା କୁଳପତିଙ୍କ ନିକଟକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଥିବା ପତ୍ରରୁ ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଦବୋଧନ ଦେବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ୨୦୨୩ ଶିକ୍ଷା ବର୍ଷରେ ବିଭିନ୍ନ ବିଭାଗରେ ଟପ୍ପର୍ ହୋଇଥିବା ୩୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ୪୩ ଜଣଙ୍କୁ ପିଏଚଡି, ୩ ଜଣଙ୍କୁ ଡି.ଲିଟ୍, ଜଣଙ୍କୁ ଡି.ଏସସି ପଦକ ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ସହ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରକୁ ସାଜସଜ୍ଜା କରାଯାଉଛି। ବିଭିନ୍ନ ପାଚେରୀ ଓ କାନ୍ଥକୁ ରଙ୍ଗୀନ କରାଯିବା ସହ ସୁନ୍ଦର ଚିତ୍ରାଙ୍କନ କରାଯାଇଛି। ‘ଭଞ୍ଜବିହାର’ ଦର୍ଶାଉଥିବା ବିଭିନ୍ନ କଳାକୃତି ସ୍ଥାପନ କରାଯାଉଛି। ସ୍ବଚ୍ଛତା ଓ ସବୁଜିମା ବୃଦ୍ଧି ସହ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭଞ୍ଜବିହାରରେ ରାସ୍ତାଘାଟ ମରାମତି କରି ପରିସରକୁ ଚକାଚକ୍ କରାଯାଉଛି। କ୍ୟାମ୍ପସ୍ ଯେପରି ଆକର୍ଷଣୀୟ ଦେଖାଯିବ ତଥା ଦେଶର ସାମ୍ବିଧାନିକ ମୁଖ୍ୟଙ୍କୁ ଭବ୍ୟ ସ୍ବାଗତ କରାଯିବ ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ସଭାସ୍ଥଳ ବା ଅଡିଟୋରିୟମ୍, ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ତଦାରଖ କରିଛନ୍ତି। ବିଭିନ୍ନ ବିଷୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଲୋଚନା ମଧ୍ୟ କରିଛନ୍ତି।

#Odia#Odisha#News
Share Article:

Related Articles