ବ୍ରହ୍ମପୁର ଭାରୋତ୍ତୋଳନ ଏକାଡେମୀ ଦେଶର ସର୍ବବୃହତ୍, ସ୍ପୋର୍ଟସ କମ୍ପ୍ଲେକ୍ସ ଅନ୍ୟତମ ଆକର୍ଷଣ
ବ୍ରହ୍ମପୁର: ଭୁବନେଶ୍ବର, କଟକ, ରାଉରକେଲା ପରି ବ୍ରହ୍ମପୁର ଆମ ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବହୁ କୋଟି ଟଙ୍କାରେ ନବକଳେବର କରାଯାଇଥିବା ବ୍ରହ୍ମପୁର ଷ୍ଟାଡିୟମର ରୂପାନ୍ତରିତ ରୂପ ଅର୍ଥାତ୍ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ ସାଙ୍ଗକୁ ଦେଶର ସର୍ବବୃହତ୍ ଭାରୋତ୍ତୋଳନ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କ୍ରୀଡାବିତ୍ ତଥା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହ ଦେଶର କ୍ରୀଡ଼ା ମାନଚିତ୍ରରେ ଏକ ଉଜ୍ଜ୍ୱଳ [...]
ବ୍ରହ୍ମପୁର: ଭୁବନେଶ୍ବର, କଟକ, ରାଉରକେଲା ପରି ବ୍ରହ୍ମପୁର ଆମ ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବହୁ କୋଟି ଟଙ୍କାରେ ନବକଳେବର କରାଯାଇଥିବା ବ୍ରହ୍ମପୁର ଷ୍ଟାଡିୟମର ରୂପାନ୍ତରିତ ରୂପ ଅର୍ଥାତ୍ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ ସାଙ୍ଗକୁ ଦେଶର ସର୍ବବୃହତ୍ ଭାରୋତ୍ତୋଳନ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କ୍ରୀଡାବିତ୍ ତଥା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହ ଦେଶର କ୍ରୀଡ଼ା ମାନଚିତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ରୂପେ ନିଜ ଉପସ୍ଥିତି ଜାହିର କରିଛି।

ପୂର୍ବରୁ ବ୍ରହ୍ମପୁର ଷ୍ଟାଡିୟମ୍ ସଂଲଗ୍ନ କ୍ରୀଡ଼ା ଛାତ୍ରାବାସରେ ବାସ୍କେଟବଲ ଓ ଭାରୋତ୍ତୋଳନ ଖେଳାଳୀଙ୍କ ନିମନ୍ତେ ଯୁଗପଯୋଗୀ ଅଭ୍ୟାସ ସୁବିଧା ରହିଥିଲା। ତେବେ ରୂପାନ୍ତରଣ ପରେ ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏବେ ଅଧିକ କ୍ରୀଡ଼ା ଇଭେଣ୍ଟ ଓ ଅତ୍ୟାଧୁନିକ ଅଭ୍ୟାସ ତଥା ପ୍ରତିଯୋଗିତା ଆୟୋଜନର ଭିତ୍ତିଭୂମି ଉପଲବ୍ଧ ହୋଇପାରିଛି। ସବୁଜ ଘାସର ଗାଲିଚାରେ ଆଚ୍ଛାଦିତ ଏକ ବଡ଼ କ୍ରିକେଟ୍ ଗ୍ରାଉଣ୍ଡ୍, ଜାତୀୟ ମାନର ଓଡ଼ିଶାର ଅନ୍ୟତମ ବୃହତ୍ ସନ୍ତରଣାଗାର ସହ ଟେନିସ୍ କୋର୍ଟ ଆଦି ଯାବତୀୟ ସୁବିଧା ପାଇଛନ୍ତି କ୍ରୀଡ଼ାପ୍ରେମୀ ଓ କ୍ରୀଡ଼ାବିତ୍। ଦର୍ଶକ ଓ କ୍ରିକେଟରଙ୍କ ସକାଶେ ମଧ୍ୟ ସ୍ବତନ୍ତ୍ର କ୍ରିକେଟ୍ ପାଭାଲିଅନ୍, ସୁସଜ୍ଜିତ ଗ୍ୟାଲେରୀ ନିର୍ମିତ ହୋଇଛି। ୨୦୧୭ରୁ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ ପ୍ରକ୍ରିୟା ଏବେ ତା’ର ଉତ୍କର୍ଷତା ହାସଲ କରିଛି। ସ୍ପୋର୍ଟସ କମ୍ପ୍ଲେକ୍ସ ସହ ଏଠାକାର କ୍ରୀଡ଼ା ଛାତ୍ରାବାସର କ୍ଷମତା ବୃଦ୍ଧି କରାଯାଇଛି। ୧୨ କୋଟି ଟଙ୍କାରେ ନବନିର୍ମିତ ସ୍ପୋର୍ଟସ ହଷ୍ଟେଲରେ ସଂଖ୍ୟାଧିକ ଭାରୋତ୍ତୋଳନ ସହ ବାସ୍କେଟବଲ ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ୨୦୦ ଶର୍ଯ୍ୟା ରହିଛି। ପୂର୍ବରୁ ଷ୍ଟାଡିଅମର ଡର୍ମିଟୋରି ତଥା ଗ୍ୟାଲେରୀ ତଳେ ଛାତ୍ରାବାସ ଅନ୍ତେବାସୀ ରହୁଥିଲା ବେଳେ ଏବେ କ୍ରୀଡ଼ା ଛାତ୍ରାବାସ ସ୍ବତନ୍ତ୍ର କୋଠାରେ କାର୍ଯ୍ୟକାରୀ ହେଉଛି।

ତେବେ ସବୁଠାରୁ ଆକର୍ଷଣୀୟ ହେଉଛି ବ୍ରହ୍ମପୁର ଭାରୋତ୍ତୋଳନ ଏକାଡେମୀ। ଏଠାରେ ଥିବା ୨୯ ଗୋଟି ପ୍ରାକ୍ଟିସ୍ ପ୍ଲାଟଫର୍ମ ଓ ୨ଗୋଟି କମ୍ପିଟିସନ୍ ପ୍ଲାଟଫର୍ମ ଏହାକୁ ଦେଶର ସର୍ବବୃହତ୍ ଓ୍ବେଟଲିଫ୍ଟିଙ୍ଗ୍ ଏକାଡେମୀର ପରିଚୟ ଦିଏ। ପୂର୍ବରୁ ଦେଶରେ ଥିବା ପଞ୍ଜାବର ପଟିଆଲା ଓ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଦୁଇଟି ଏଭଳି ଏକାଡେମୀ ଥିଲେ ହେଁ ତାହାର କ୍ଷମତା ବ୍ରହ୍ମପୁର କେନ୍ଦ୍ର ଠାରୁ କମ୍ ଅଟେ। ଏଠାରେ ଉଭୟ ବାଳକଙ୍କ ସମେତ ନୂଆ କରି ଆରମ୍ଭ ହୋଇଥିବା ବାଳିକା ଭାରୋତ୍ତୋଳକଙ୍କ ସକାଶେ ୯ ଜଣ ଭାରତୀୟ କୋଚ୍, ଜଣେ ବିଦେଶୀ କୋଚ୍, ଜଣେ ଷ୍ଟ୍ରେନ୍ଥ୍ ଆଣ୍ଡ୍ କଣ୍ଡିସନିଂ କୋଚ୍, ଦୁଇ ଜଣ ଲେଖାଏଁ ଫିଜିଓ ଏବଂ ମାସାଜର୍, ୨ ଜଣ ଓ୍ବାର୍ଡନ୍, ଜଣେ ଡାଏଟିସିଆନ୍ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଭାରୋତ୍ତୋଳକ ପ୍ରଶିକ୍ଷାର୍ଥୀ ପାଇବେ ଉନ୍ନତ ପ୍ରଶିକ୍ଷଣ ଓ ଅତ୍ୟାଧୁନିକ ଭିତ୍ତିଭୂମି। ପ୍ରଶିକ୍ଷାର୍ଥୀମାନେ ଏଠାରେ ମୌଳିକ ଶିକ୍ଷା ସହ କ୍ରୀଡ଼ା ତାଲିମ ଗ୍ରହଣ କରିବେ।
ବ୍ରହ୍ମପୁରରୁ ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ କେ.ରବି କୁମାର, ଅନ୍ୟତମ ଅର୍ଜୁନ ପୁରସ୍କାରପ୍ରାପ୍ତ ବିଜୟ ଶତପଥିଙ୍କ ସମେତ ବହୁ ଅନ୍ତର୍ଜାତୀୟ ଓ ଜାତୀୟ ଭାରୋତ୍ତୋଳକ ସୃଷ୍ଟି ହୋଇଛନ୍ତି। ରାଜ୍ୟରେ ଭାରୋତ୍ତୋଳନର ଏନ୍ତୁଡ଼ିଶାଳ ହେଉଛି ବ୍ରହ୍ମପୁର। ଏଣୁ ମୋଟାମୋଟି ଭାବେ ବର୍ତ୍ତମାନ ବ୍ରହ୍ମପୁର ଓଡ଼ିଶାର ଭାରୋତ୍ତୋଳନ ହବ୍ ତଥା ଅନ୍ୟତମ କ୍ରୀଡ଼ା କେନ୍ଦ୍ର ଭାବେ ଉଭା ହେବା ପଥ ପରିଷ୍କାର ହୋଇଛି।
ବିଭ୍ରାନ୍ତିକର ବିଜ୍ଞାପନ ନେଇ ରାମଦେବଙ୍କ ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଅଦାଲତ ଅବମାନନା ନୋଟିସ୍ ଜାରି
Next Articleଖୋର୍ଦ୍ଧା ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବଣ୍ଟନ କଲେ ୫-ଟି ଅଧ୍ୟକ୍ଷ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
