ଅବକାରୀ ଚଢାଉ : ଭଦ୍ରକରେ ୮୦୦ ଲିଟର ବେଆଇନ ମଦ ଜବତ, ମଦ ମାଫିଆ ଗିରଫ
କଟକ – କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କାନ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ବର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି । ବାଲେଶ୍ବରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ବରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ବରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତ [...]
କଟକ – କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କାନ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ବର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି । ବାଲେଶ୍ବରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ବରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ବରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ , ଏକ ମହିନ୍ଦ୍ରା ବୋଲେରୋ ନମ୍ବର ଓଆର – ୦୪ – ଏଲ୍ -୦୫୭୫ ଭଦ୍ରକକୁ ୮୦୦ ଲିଟର ବେଆଇନ ଓ ନକଲି ମଦ ପରିବହନ କରୁଥିବା ବେଳେ ଅବକାରୀ ଟିମ୍ ଅଟକାଇଥିଲା । ଉଭୟଙ୍କୁ ଭଦ୍ରକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନଙ୍କଠାରୁ ୩୫ ହଜାର ଟଙ୍କା ଜବତ କରାଯାଇଛି । ଗାଡ଼ି ମାଲିକ ଓ ଅପରାଧରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ଭୂମିକା ଉପରେ ଅଧିକ ତଦନ୍ତ କରାଯାଉଛି । ସାଧାରଣ ନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ଅଭିଯାନ ସମୟରେ କଟକ ଅବକାରୀ ଅଧିକାରୀମାନେ ଆଠଗଡ଼ରୁ ୧୮୯୦ ଲିଟର ଦେଶୀ ମଦ ସହ ଗୋଟିଏ ମାରୁତି ସୁଜୁକି ଭ୍ୟାନ୍ ଜବତ କରିବା ସହ ଆଠଗଡ଼ ଥାନା କଲାରାଗଡ଼ ଗ୍ରାମର ସନ୍ଦୀପ କୁମାର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଅବକାରୀ ବିଭାଗ ମଦ ମାଫିଆଙ୍କ ବିରୋଧରେ ତାର ଅଭିଯାନ ଜାରି ରଖିବ ବୋଲି କହିଛି ।
President Murmu to Visit Odisha Tomorrow
Next ArticleGeneral Elections 2024: Chief Secy Chairs State Level Coordination Meeting with Enforcement Agencies, Calls for Strict Vigil at Inter-State Borders
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
