ବାବାସାହେବଙ୍କ ଭୀମରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ବରମୁଣ୍ଡା ବସଷ୍ଟଣ୍ଡକୁ ଆଜି ଲୋକାର୍ପିତ କରିବେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନେ ଏକ ବିମାନ ବନ୍ଦରର ଅନୁଭୂତି ପାଇବେ । ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବସ୍ ବେ’ଠୁ ଆହାର କେନ୍ଦ୍ର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି। ଫୁଡ୍ କୋର୍ଟ [...]
ଭୁବନେଶ୍ୱର – ଆଜି ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ବରମୁଣ୍ଡା ବସଷ୍ଟଣ୍ଡକୁ ଆଜି ଲୋକାର୍ପିତ କରିବେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନେ ଏକ ବିମାନ ବନ୍ଦରର ଅନୁଭୂତି ପାଇବେ । ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବସ୍ ବେ’ଠୁ ଆହାର କେନ୍ଦ୍ର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି। ଫୁଡ୍ କୋର୍ଟ ସହ ବୈଦ୍ୟୁତିକ ଶିଡ଼ି, ଲିଫ୍ଟ ଲଗାଯାଇଛି। ଆଖି ସାମ୍ନାରେ ଅତ୍ୟାଧୁନିକ ଏଲ୍ଇଡି ସ୍କ୍ରିନରେ ବସ୍ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ଯାତ୍ରୀ । ଲିଫ୍ଟ ଓ ଏସ୍କଲେଟରରେ ଗୋଟିଏ ମହଲାରୁ ଅନ୍ୟ ମହଲାକୁ ସହଜରେ ଯା’ଆସ କରିହେବ। ଶୀତତାପ ନିୟନ୍ତ୍ରିତ କୋଠରୀରେ ଯାତ୍ରୀମାନେ ବିଶ୍ରାମ ନେଇପାରିବେ ।
ଯାତ୍ରୀଙ୍କୁ ଫ୍ରଣ୍ଟ ଅଫିସରୁ ଆରମ୍ଭ କରି ମେଡିକାଲ୍, ଏଟିଏମ୍, ଆହାର କେନ୍ଦ୍ର ଭଳି ସେବା ମିଳିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆହାର ପ୍ଲସ୍ କେନ୍ଦ୍ର ତିଆରି ହୋଇଛି। ଏଥିସହ ଯାତ୍ରୀଙ୍କୁ ମିଶନଶକ୍ତି କାଫେ, ଓର୍ମାସ ଓ ମିଲେଟ୍ କାଫେରେ ମା’ମାନଙ୍କ ହାତ ରନ୍ଧା ଖାଦ୍ୟ ଖାଇବାକୁ ମିଳିବ।
ବସ୍ ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଫାଣ୍ଡି ତିଆରି ହୋଇଛି। ବେସମେଣ୍ଟରେ ୧୧୫ କାର୍ ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି। ଟର୍ମିନାଲରେ ୫୦ ବସ୍ ବେ’ ସହ ୨୦୦ ବସ୍ ରହଣି ପାଇଁ ପାର୍କିଂ ସ୍ପେସର ବ୍ୟବସ୍ଥା ହୋଇଛି।
ସିଟିବସ୍ ପାଇଁ ୫ଟି ସ୍ଥାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ହୋଇଛି। ଦୁଇଚକିଆ ଯାନ ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱତନ୍ତ୍ର ରାସ୍ତା ସହ ବସ୍ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ଅଲଗା ଅଲଗା କରାଯାଇଛି।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ଶେଷ ସୁଦ୍ଧା ବରମୁଣ୍ଡା ବସ ଟର୍ମିନାଲ ନବୀକରଣ କାମ ସାରିବାକୁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ୫-ଟି ଅଧ୍ୟକ୍ଷ ଆଇଏସ୍ବିଟି ବରମୁଣ୍ଡାର ନିର୍ମାଣାଧୀନ କାର୍ଯ୍ୟର ସ୍ଥିତି ଯାଞ୍ଚ କରିଥିଲେ।
ଘରର ସବୁ ବାସ୍ତୁଦୋଷ ଦୂର କରିଥାନ୍ତି ଏହି ୫ ଟି ଜିନିଷ
Next Articleଢାକାରେ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
