न्यूज़रूम ओडिशा
ब्रेकिंग
ओडिया समाचार

ସମାବର୍ତ୍ତନ କେବଳ ପ୍ରମାଣପତ୍ର ନୁହେଁ, ସାଧନାର ଉତ୍ସବ ଦରକାର: ରାଷ୍ଟ୍ରପତି

ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ଯାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରିଥିଲେ ରାଷ୍ଟ୍ରପତି। ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ୧୯୬୭ରେ ସ୍ଥାପିତ ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପାରଦର୍ଶିତା ଅର୍ଜନ କରିଛନ୍ତି। ବିଜ୍ଞାନଠାରୁ ଆରମ୍ଭ [...]

Admin•1 मार्च 2024
Share Article:

ବ୍ରହ୍ମପୁର – ବ୍ରହ୍ମପୁର ବିଶ୍ଵବିଦ୍ଯାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ପ୍ରଦାନ କରିଥିଲେ ରାଷ୍ଟ୍ରପତି।

ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ୧୯୬୭ରେ ସ୍ଥାପିତ ବ୍ରହ୍ମପୁର ବିଶ୍ଵବିଦ୍ଯାଳୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ପାରଦର୍ଶିତା ଅର୍ଜନ କରିଛନ୍ତି। ବିଜ୍ଞାନଠାରୁ ଆରମ୍ଭ କରି ସେନାବାହିନୀ ପର୍ଯ୍ୟନ୍ତ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ପ୍ରତ୍ଯେକ କ୍ଷେତ୍ରରେ ମହିଳାମାନେ ନେତୃତ୍ଵ ନେଉଛନ୍ତି। ମହିଳାଙ୍କ ଆତ୍ମବିଶ୍ଵାସ ଓ ସୃଜଶୀଳତାରେ ଖୁସି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି। ଦେଶର ଉନ୍ନତି କରିବାକୁ ହେଲେ ମହିଳାଙ୍କୁ ସଶକ୍ତ କରିବାକୁ ପଡିବ। ସମାଜର ବିକାଶ ପାଇଁ ଉଭୟ ନାରୀ ଓ ପୁରୁଷଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରପତି କହିଛନ୍ତି ଯେ, ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ର ନୁହେଁ ସାଧନାର ଉତ୍ସବ । ସମାଜ କଲ୍ଯାଣରେ ନିଜର ଜ୍ଞାନର ଉପଯୋଗ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି।

#Odia#Odisha#News
Share Article:

Related Articles