ଗମ୍ଭୀରଙ୍କ ପରେ ବିଜେପି ସାଂସଦ ଜୟନ୍ତ ସିହ୍ନା ରାଜନୀତିକୁ କହିଲେ ଅଲବିଦା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ଦିନକରେ ଦଳର ଦୁଇ ଜଣ ସାଂସଦ ସକ୍ରିୟ ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି । ଗୌତମ ଗମ୍ଭୀରଙ୍କ ପରେ ବିଜେପିର ଆଉ ଜଣେ ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଛନ୍ତି । ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ଥିବା ଜୟନ୍ତ ସିହ୍ନା ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି । [...]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ଦିନକରେ ଦଳର ଦୁଇ ଜଣ ସାଂସଦ ସକ୍ରିୟ ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି । ଗୌତମ ଗମ୍ଭୀରଙ୍କ ପରେ ବିଜେପିର ଆଉ ଜଣେ ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଛନ୍ତି ।
ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ଥିବା ଜୟନ୍ତ ସିହ୍ନା ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି । ଫେବୃଆରୀରେ ଜୟନ୍ତ ସିହ୍ନାଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ମିଳିଥିଲା । ଜୟନ୍ତ ସିହ୍ନା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କ ପୁଅ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯଶଓ୍ବନ୍ତ ସିହ୍ନା ବିଜେପି ଛାଡ଼ି ଦେଇଥିଲେ ।
ଜୟନ୍ତ ସିହ୍ନା ‘ଏକ୍ସ’ରେ ଲେଖିଛନ୍ତି – ମୁଁ ଦଳର ସଭାପତି ଜେପି ନଡ୍ଡାଙ୍କୁ ମୋତେ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ଅନୁରୋଧ କରୁଛି। ଜଳବାୟୁ ପରିବର୍ତ୍ତନ ସହ ଜଡିତ ଭାରତ ଏବଂ ବିଶ୍ବରେ ଚାଲିଥିବା କାର୍ଯ୍ୟ ଉପରେ ମୁଁ ଧ୍ୟାନ ଦେବାକୁ ଚାହୁଁଛି । ମୁଁ ଦଳର ଆର୍ଥିକ ଓ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରଖିବି।
ସିହ୍ନା କହିଛନ୍ତି ଗତ ୧୦ ବର୍ଷ ମଧ୍ୟରେ ମୋତେ ଦେଶ ଓ ହାଜରିବାଗବାସୀଙ୍କ ପାଇଁ କାମ କରିବାକୁ ସୁଯୋଗ ମିଳିଲା। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଜୟନ୍ତ ସିହ୍ନାଙ୍କ ପୂର୍ବରୁ ଶନିବାର ସକାଳେ ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର ମଧ୍ୟ ରାଜନୀତି ଛାଡ଼ିବାକୁ ସଙ୍କେତ ଦେଇଥିଲେ । ସେ ଏକ ଟ୍ବିଟରେ କହିଥିଲେ – ମୋତେ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଜୀଙ୍କୁ ଅନୁରୋଧ କରିଛି, ଯଦ୍ବାରା ମୁଁ ମୋର କ୍ରିକେଟ୍ ଦାୟିତ୍ଵ ଉପରେ ଧ୍ୟାନ ଦେଇପାରିବି । ତାଙ୍କୁ ଦେଶ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଥିଲେ ଗମ୍ଭୀର।
ବିଜେପି ଖୁବ୍ ଶୀଘ୍ର ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଦଳ ଏଥର ଅଧିକାଂଶ ନୂଆ ଚେହେରାଙ୍କୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି । ଟିକେଟ୍ ସମ୍ଭାବନା ନଥିବାରୁ ବର୍ତ୍ତମାନର କିଛି ସାଂସଦ ସଂଗଠନ କାର୍ଯ୍ୟ ଉପରେ ଧ୍ୟାନ ଦେବେ ବୋଲି ଦଳୀୟ ନେତୃତ୍ବକୁ ଜଣାଇ ଦେଇଛନ୍ତି ।
Police ASI in Vig Net for Taking Bribe in Nabarangpur
Next Article୯୫୦ କୋଟି ଟଙ୍କାରେ ଏମକେସିଜି ସମ୍ପ୍ରସାରଣ: ଉପକୃତ ହେବେ ରୋଗୀ, ଡାକ୍ତରୀ ଛାତ୍ର ଛାତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
