କଟକର ରୁପା ତାରକସି କାମକୁ ଜିଆଇ ମାନ୍ୟତା
ଭୁବନେଶ୍ୱର – କଟକର ପ୍ରସିଦ୍ଧ ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ -ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇର ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ତାରକସି କାମକୁ ଜିଆଇ ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ତଥା କଟକବାସୀ ଓ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶା ପାଇଁ ଏହା ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ବୋଲି କୁହାଯାଏ । ୨୦୨୧ ମସିହା ଜୁଲାଇ [...]
ଭୁବନେଶ୍ୱର – କଟକର ପ୍ରସିଦ୍ଧ ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ -ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇର ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ତାରକସି କାମକୁ ଜିଆଇ ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ତଥା କଟକବାସୀ ଓ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶା ପାଇଁ ଏହା ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ବୋଲି କୁହାଯାଏ । ୨୦୨୧ ମସିହା ଜୁଲାଇ ୭ ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା। ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା। ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଠାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ। ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରି ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା । ଏହାର ତର୍ଜମା କରି ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ଦିଆଯାଇଛି।
Cuttack’s Silver Filigree Gets GI Tag
Next ArticleBig Boost to Irrigation: Naveen Inaugurates, Lays Foundation of 52 Projects worth Rs 3,037 Cr
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
