न्यूज़रूम ओडिशा
ब्रेकिंग
ओडिया समाचार

ତପ୍ତପାଣି ଘାଟି ଓ ମାର୍ଲବା ଘାଟିରେ ପୃଥକ୍ ବସ୍ ଦୁର୍ଘଟଣା: ୫୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଓ ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ରବିବାର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ‌ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବର ଯାତ୍ରୀ ଓ କନ୍ୟା ଯାତ୍ରୀ ବୋଲି ଜଣାଯାଇଛି। ରବିବାର ଅପରାହ୍ନରେ ଉଭୟ ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ [...]

Admin•3 मार्च 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଓ ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ରବିବାର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ‌ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବର ଯାତ୍ରୀ ଓ କନ୍ୟା ଯାତ୍ରୀ ବୋଲି ଜଣାଯାଇଛି। ରବିବାର ଅପରାହ୍ନରେ ଉଭୟ ଦୁର୍ଘଟଣା ଘଟିଛି।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ତପ୍ତପାଣି ଘାଟିରେ ବରଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଦିଗପହଣ୍ଡି ବ୍ଲକ୍ ମେଘଝୋଳି ନିକଟସ୍ଥ ପେଣ୍ଠଗାଁରୁ ଗଜପତି ଜିଲ୍ଲା ଚାନ୍ଦିପୁଟକୁ ବସ୍ ଯୋଗେ ବର ଯାତ୍ରୀ ଯାଇଥିଲେ। ଭୋଜି ଖାଇ ଫେରୁଥିବା ବେଳେ ପାଳୁଖୋଳା ନିକଟରେ ଘାଟିରେ ବ୍ରେକ୍ ଫେଲ୍ ହୋଇଯିବାରୁ ବସ୍ ପାହାଡ଼ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା।

ସେପଟେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ମାର୍ଲବା ଘାଟିରେ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୩୦ ଯାତ୍ରୀ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ଚାନ୍ଦୁଲି ଗ୍ରାମରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ରାଣୀପେଣ୍ଠ ଗ୍ରାମକୁ ଏହି କନ୍ୟାଯାତ୍ରୀମାନେ ବସ୍‌ରେ ଆସୁଥିଲେ। ମାର୍ଲବା ଘାଟିର ଏକ ମୋଡରେ ବସ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ରେ ଥ‌ିବା ମୋଟ ୬୦ ଜଣ କନ୍ୟା ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

#Odia#Odisha#News
Share Article:

Related Articles