न्यूज़रूम ओडिशा
ब्रेकिंग
ओडिया समाचार

ନକଲି ଆଚାର କାରଖାନା ଠାବ: ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଆସିଲେ ଏଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଏହି ଚଟପଟା ଖାଦ୍ୟର ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି। ବ୍ରହ୍ମପୁର ପୋଲିସ ଏଭଳି ଏକ ଭେଜାଲ କାରବାରର ପର୍ଦ୍ଦାଫାଶ କରିଛି। ଜଣେ ନକଲି ଆଚାର ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କୁ କାବୁ କରିଛି। ସେ ହେଲା ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗରର ପିଣ୍ଟୁ [...]

Admin•5 मार्च 2024
Share Article:

ବ୍ରହ୍ମପୁର: ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଆସିଲେ ଏଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଏହି ଚଟପଟା ଖାଦ୍ୟର ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି। ବ୍ରହ୍ମପୁର ପୋଲିସ ଏଭଳି ଏକ ଭେଜାଲ କାରବାରର ପର୍ଦ୍ଦାଫାଶ କରିଛି। ଜଣେ ନକଲି ଆଚାର ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କୁ କାବୁ କରିଛି। ସେ ହେଲା ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗରର ପିଣ୍ଟୁ ସାହୁ (୩୪)। ଥାନାରେ କେସ୍ ନମ୍ବର ୮୪/୨୪ ରୁଜୁ କରାଯାଇଛି। ସେ ବ୍ରଜରାଜ ନଗର ୪ର୍ଥ ଗଳିରେ ଏକ ଭଡ଼ା ଘରେ ନକଲି ଆଚାର ପ୍ରସ୍ତୁତ କାରଖାନା ଚଳାଇଥିଲା। ବ୍ରାଣ୍ଡେଡ୍ କମ୍ପାନୀର ପ୍ୟାକିଂ କରି, ତାହାର ଭେଜାଲ୍ ଲେବୁଲ୍ ଓ ଲୋଗୋ ବ୍ୟବହାର କରି ସେହି କମ୍ପାନୀର ଉତ୍ପାଦ ଭଳି ଦେଖାଯାଉଥିବା ଜାର୍ ବା କାଚ ପ୍ୟାକରେ ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ଆଚାର ଭର୍ତ୍ତି କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲା। ଲେମ୍ବୁ, ମିଠା ଓ ରାଗ ଆମ୍ବ, ଖଜୁରୀ, ଅଦା ପେଷ୍ଟ୍, ମିଠା ଆଚାର, ଡି ପାଉଡର୍ ଓ ସୋଡିୟମ୍ ବେଞ୍ଜୋଏଟ୍ କେମିକାଲ ଓ ପାଉଡର୍, ଆମ୍ବ ସଢା, ସିନ୍ଥେଟିକ୍ ଖାଦ୍ୟ ରଙ୍ଗ, ସୋରିଷ ତେଲ ଓ ମଞ୍ଜି, ବିଭିନ୍ନ ନାମୀଦାମୀ କମ୍ପାନୀର ଖାଲି ଓ ନକଲି ଆଚାର ଭର୍ତ୍ତି ଜାର୍, ସିଲ୍ ମେସିନ୍, ଓଜନ ମେସିନ୍ ଆଦି ଜବତ କରିଛି ପୋଲିସ। ଖାଦ୍ୟ ନିରାପତ୍ତା ବିଭାଗ ସହ ମିଶି ଏହି ଚଢ଼ାଉ କରାଯାଇଥିଲା। ଏଭଳି ଅପମିଶ୍ରଣ ଓ ସ୍ଵାସ୍ଥ୍ୟ ପାଇଁ ହାନୀକାରକ ରାସାୟନ ମିଶ୍ରଣ ଲୋକଙ୍କ ପାଇଁ କ୍ଷତିକାରକ ଥିଲା। ଏବେ ନକଲି ଆଚାର ପ୍ରସ୍ତୁତକାରୀ ୟୁନିଟ୍ ସିଲ୍ କରିଛି ବ୍ରହ୍ମପୁର ପୋଲିସ।

#Odia#Odisha#News
Share Article:

Related Articles