ଡିଏମକେ ନେତା ଏ ରାଜାଙ୍କ ପୁଣି ବିବାଦୀୟ ମନ୍ତବ୍ୟ, କହିଲେ ଭାରତ ଏକ ରାଷ୍ଟ୍ର ନୁହେଁ
ଚେନ୍ନାଇ: ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ବରିଷ୍ଠ ନେତା ତଥା ସାଂସଦ ଏ.ରାଜା ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଜା କହିଛନ୍ତି ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା ବରଂ ଏହା ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିର ଏକ ଉପମହାଦେଶ। ରାଜାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି । ରାଜା ଦେଶର ‘ବିଭାଜନ’ ପାଇଁ ଆହ୍ବାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜା ଡିଏମକେ ଦ୍ବାରା ଆୟୋଜିତ [...]
ଚେନ୍ନାଇ: ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ବରିଷ୍ଠ ନେତା ତଥା ସାଂସଦ ଏ.ରାଜା ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଜା କହିଛନ୍ତି ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା ବରଂ ଏହା ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିର ଏକ ଉପମହାଦେଶ। ରାଜାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି । ରାଜା ଦେଶର ‘ବିଭାଜନ’ ପାଇଁ ଆହ୍ବାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ରାଜା ଡିଏମକେ ଦ୍ବାରା ଆୟୋଜିତ ଏକ ବୈଠକକୁ ସମ୍ବୋଧନ କରୁଥିବା ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଥିରେ ସେ କହୁଛନ୍ତି, ଭାରତ ଏକ ରାଷ୍ଟ୍ର ନୁହେଁ। ଏହାକୁ ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ । ଭାରତ କେବେ ବି ରାଷ୍ଟ୍ର ନଥିଲା କି ନୁହେଁ । ଏକ ରାଷ୍ଟ୍ରର ଅର୍ଥ ଗୋଟିଏ ଭାଷା, ଗୋଟିଏ ପରମ୍ପରା ଏବଂ ଗୋଟିଏ ସଂସ୍କୃତି । ଏଭଳି ବୈଶିଷ୍ଟ୍ୟକୁ ନେଇ ଏକ ରାଷ୍ଟ୍ରର ନିର୍ମାଣ ହୋଇଥାଏ। ”
ରାଜା କହିଛନ୍ତି, “ଭାରତ ଏକ ରାଷ୍ଟ୍ର ନୁହେଁ ବରଂ ଏକ ଉପମହାଦେଶ । ଏହାର କାରଣ କ’ଣ? ଏଠାରେ ତାମିଲ ଗୋଟିଏ ରାଷ୍ଟ୍ର ଏବଂ ଗୋଟିଏ ଦେଶ | ମାଲାୟାଲମ୍ ହେଉଛି ଗୋଟିଏ ଭାଷା, ଗୋଟିଏ ରାଷ୍ଟ୍ର ଏବଂ ଗୋଟିଏ ଦେଶ । ଓଡ଼ିଆ ହେଉଛି ଗୋଟିଏ ରାଷ୍ଟ୍ର, ଗୋଟିଏ ଭାଷା ଓ ଗୋଟିଏ ଦେଶ । ଏହିପରି ବିଭିନ୍ନ ଜାତିକୁ ନେଇ ଭାରତର ନିର୍ମାଣ | ତେଣୁ ଭାରତ ଏକ ରାଷ୍ଟ୍ର ନୁହେଁ, ଏହା ବିଭିନ୍ନ ରୀତିନୀତି, ପରମ୍ପରା ଏବଂ ସଂସ୍କୃତିର ଏକ ଉପମହାଦେଶ।”
ଏହି ଡିଏମକେ ନେତା କହିଛନ୍ତି, “ତାମିଲନାଡୁରେ ଗୋଟିଏ ସଂସ୍କୃତି ଓ କେରଳରେ ଏକ ଅଲଗା ସଂସ୍କୃତି ଅଛି। ସେହିଭଳି ଦିଲ୍ଲୀରେ ଓ ଓଡ଼ିଶାରେ ସଂସ୍କୃତି ମଧ୍ୟ ଭିନ୍ନ। ମଣିପୁରରେ ଲୋକେ କୁକୁର ମାଂସ ଖାଆନ୍ତି, ଯାହାକି ସେମାନଙ୍କ ଏକ ସାଂସ୍କୃତିକ ଦିଗ । କାଶ୍ମୀରରେ ଭିନ୍ନ ଏକ ସଂସ୍କୃତି ଅଛି । ପ୍ରତ୍ୟେକ ସଂସ୍କୃତିକୁ ସ୍ୱୀକୃତି ଦେବାକୁ ହେବ । ”
ସେ କହିଥିଲେ, “ଯଦି ଏକ ସମ୍ପ୍ରଦାୟ ଗୋମାଂସ ଖାଏ ତେବେ ଏହାକୁ ଗ୍ରହଣ କର, ଆପଣଙ୍କ ଅସୁବିଧା କ’ଣ? ସେମାନେ କ’ଣ ଆପଣଙ୍କୁ (ଗୋମାଂସ) ଖାଇବାକୁ କହୁଛନ୍ତି କି? ବିବିଧତା ମଧ୍ୟରେ ଏହା ଏକତା | ଆମ ମଧ୍ୟରେ ପାର୍ଥକ୍ୟ ଅଛି ଏବଂ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ”
ରାଜାଙ୍କ ଏପରି ମନ୍ତବ୍ୟ ପରେ ବିଜେପି ତାଙ୍କୁ ଭର୍ତ୍ସନା କରିଛି । ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି,“ ଡିଏମକେ ପକ୍ଷରୁ ଘୃଣା ଭାଷଣ ଜାରି ରହିଛି। ସନାତନ ଧର୍ମକୁ ଧ୍ୱଂସ କରିବାକୁ ଉଦୟନିଧି ଷ୍ଟାଲିନଙ୍କ ଆହ୍ବାନ ପରେ ବର୍ତ୍ତମାନ ଏ.ରାଜା ଭାରତର ବିଭାଜନ ପାଇଁ ଆହ୍ବାନ କରୁଛନ୍ତି । ଭଗବାନ ରାମଙ୍କୁ ଉପହାସ କରୁଛନ୍ତି, ମଣିପୁରୀ ଲୋକଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ସେ ଏକ ରାଷ୍ଟ୍ର ଭାବେ ଭାରତର ଅବଧାରଣ ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କଂଗ୍ରେସ ଏବଂ ଇଣ୍ଡି (ବିରୋଧୀ ମେଣ୍ଟ ‘ଇଣ୍ଡିଆ’) ମେଣ୍ଟର ଅନ୍ୟ ସହଯୋଗୀ ଦଳ ନୀରବ ରହିଛନ୍ତି। ସେମାନଙ୍କର ତଥାକଥିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ନିରବତା ସ୍ପଷ୍ଟ ବାରି ହୋଇପଡୁଛି। ”
ଖଲ୍ଲିକୋଟ: ବିଦ୍ୟୁତ୍ ଖୁଣ୍ଟ ସହ ବାଇକ୍ ଧକ୍କାରେ ୨ ବନ୍ଧୁ ମୃତ
Next ArticleCM Launches Nabin Odisha Magic Card on Biju Jayanti
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
