न्यूज़रूम ओडिशा
ब्रेकिंग
ओडिया समाचार

ନମାଜ ପାଠ ବେଳେ ଲୋକଙ୍କୁ ଲାତ ମାରିଥିବା ଦିଲ୍ଲୀ ପୋଲିସ ଏସ୍ଆଇ ନିଲମ୍ବିତ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଇନ୍ଦ୍ରାଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କିଛି ଲୋକଙ୍କୁ ଲାତ ମାରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶୁକ୍ରବାର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି । ଏହି ଘଟଣା ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । [...]

Admin•8 मार्च 2024
Share Article:

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ଇନ୍ଦ୍ରାଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କିଛି ଲୋକଙ୍କୁ ଲାତ ମାରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶୁକ୍ରବାର ଜଣେ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛି ।

ଏହି ଘଟଣା ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତା ଅବରୋଧ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ସୁରକ୍ଷା ବଢ଼ା ଯାଇଛି।

ଏହି ଘଟଣାର ଏକ ଭିଡିଓଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ ଜଣେ ଏସ୍ଆଇ ରାସ୍ତାରେ ନମାଜ ପଢ଼ୁଥିବା ବେଳେ ଲୋକଙ୍କୁ ଲାତ ମାରି ହଟାଉଥିବା ଦେଖିବାକୁ ମିଳୁଛି ।

ଡେପୁଟି କମିଶନର ପୋଲିସ (ଉତ୍ତର) ଏମ୍.କେ ମୀନା କହିଛନ୍ତି, ‘ଆଜି ଘଟିଥିବା ଘଟଣାର ଭିଡିଓରେ ନଜର ଆସିଥିବା ପୋଲିସ୍ ପୋଷ୍ଟ ଭାରପ୍ରାପ୍ତ ଅଧିକାରୀଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଘଟଣା ଦୃଷ୍ଟିକୁ ଆସିବା କ୍ଷଣି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତିି ।

ଏହା ପୂର୍ବରୁ ଡିସିପି ବିକ୍ଷୋଭକାରୀଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ଘଟଣାକୁ ନିନ୍ଦା କରିଛି ।

#Odia#Odisha#News
Share Article:

Related Articles