ଆଜିଠୁ ରେଶମ ସହରରେ ‘ମୋ ବସ୍’ ସେବା , ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର – ରେଶମ ସହର ଓ ଏହାର ଉପକଣ୍ଠ ଅଞ୍ଚଳ ମଧ୍ୟରେ ଯାତ୍ରୀ ପରିବହନ ସୁଗମ ହେବ । ଆଜିଠୁ ବ୍ରହ୍ମପୁରରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ- ସିଆରୟୁଟି ଦ୍ୱାରା ‘ମୋ ବସ୍’ ସେବା ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ବ୍ରହ୍ମପୁର ହଳଦିଆପଦର ନୂଆ ବସଷ୍ଟାଣ୍ଡରୁ ‘ମୋ ବସ୍’ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ଚାଲିବ ମୋ ବସ୍ । ଏଥିପାଇଁ ୧୫ଟି ଏସି ଓ [...]
ବ୍ରହ୍ମପୁର – ରେଶମ ସହର ଓ ଏହାର ଉପକଣ୍ଠ ଅଞ୍ଚଳ ମଧ୍ୟରେ ଯାତ୍ରୀ ପରିବହନ ସୁଗମ ହେବ । ଆଜିଠୁ ବ୍ରହ୍ମପୁରରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରନ୍ସପୋର୍ଟ- ସିଆରୟୁଟି ଦ୍ୱାରା ‘ମୋ ବସ୍’ ସେବା ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଭାସୀ ମାଧ୍ୟମରେ ବ୍ରହ୍ମପୁର ହଳଦିଆପଦର ନୂଆ ବସଷ୍ଟାଣ୍ଡରୁ ‘ମୋ ବସ୍’ ଚଳାଚଳର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟରେ ଚାଲିବ ମୋ ବସ୍ । ଏଥିପାଇଁ ୧୫ଟି ଏସି ଓ ନନ୍ ଏସି ବସ୍ ପହଞ୍ଚିସାରିଛି ।
ପ୍ରଥମ ପର୍ଯ୍ୟାୟରେ ୪ଟି ରୁଟ୍ ଚିହ୍ନଟ ହୋଇଛି । ହଳଦିଆପଦର ବସଷ୍ଟାଣ୍ଡ ରୁ ଅନ୍ଧପସରା ରୋଡ୍ ଓ ପୁରୁଣା ବସଷ୍ଟାଣ୍ଡ ଦେଇ ଫାଷ୍ଟ ଗେଟ୍ ଯାଏଁ ଚଳାଚଳ କରିବ ମୋ ବସ୍ । ବ୍ରହ୍ମପୁର ସହର ନୂଆ ବସଷ୍ଟାଣ୍ଡରୁ ଲୁଚାପଡା ଦେଇ ଗୁରୁଣ୍ଠି , ନୂଆ ବସଷ୍ଟାଣ୍ଡରୁ ସହର ମଧ୍ୟ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ନୂଆ ବସଷ୍ଟାଣ୍ଡରୁ ଆମ୍ବପୁର ବାରାକ ଗ୍ରାଉଣ୍ଡ ଦେଇ ମୋ ବସ୍ ଚଳାଚଳ କରିବ ।
CM Naveen to Inaugurate World Class Indoor Athletic Stadium and Aquatic Center at Kalinga Stadium Today
Next ArticleNijukti Parba: CM Naveen Patnaik to Handover Appointment Letters to 1294 Newly Recruited Officials
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
