ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଉଦଘାଟିତ ହୋଇଛି ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଆକ୍ୱ।ଟିକସ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ଓ ଇଣ୍ଡୋର ଡାଇଭିଂ ସେଣ୍ଟର ପାଇଁ ଶିଳାନ୍ୟାସ କରିଛନ୍ତି। ଉଦଘାଟିତ ହୋଇଥିବା ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ରହିଛି। ଏହି ସେଣ୍ଟରରେ ରହିଛି ୧୦ [...]
ଭୁବନେଶ୍ୱର – ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସରରେ ଆଜି ଉଦଘାଟିତ ହୋଇଛି ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଆକ୍ୱ।ଟିକସ ସେଣ୍ଟର ମଧ୍ୟ ଉଦଘାଟନ କରିଛନ୍ତି ଓ ଇଣ୍ଡୋର ଡାଇଭିଂ ସେଣ୍ଟର ପାଇଁ ଶିଳାନ୍ୟାସ କରିଛନ୍ତି।
ଉଦଘାଟିତ ହୋଇଥିବା ଦେଶର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ରହିଛି। ଏହି ସେଣ୍ଟରରେ ରହିଛି ୧୦ ହଜାର ସ୍କୋୟାର ମିଟର ଟ୍ରାକ୍ , ୨୦୦ ମିଟର ସିନ୍ଥେଟିକ ଟ୍ରାକ୍, ଗୋଟିଏ ୮୦ + ୨୦ ମିଟର ରନିଂ ଟ୍ରାକ୍ । ଏଥିସହ ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ପୋଲ ଭଲ୍ଟ ଓ ସଟପୁଟ୍ ଇଭେଣ୍ଟ ପାଇଁ ବି ଅଲଗା ଅଲଗା ସ୍ଥାନ ରହିଛି। ଏହି ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରକୁ ୨୦୨୩ରେ କ୍ଯାଟୋଗୋରୀ -୧ ସାର୍ଟିଫିକେଟ ପ୍ରଦାନ କରିଛି ବିଶ୍ୱ ଆଥଲେଟିକ୍ସ ମହାସଂଘ।
ନବନିର୍ମିତ ଇଣ୍ଡୋର ଆକ୍ୱ।ଟିକ୍ ସେଣ୍ଟରରେ ମଧ୍ୟ ଆନ୍ତର୍ଜାତିକ ମାନର ଭିତ୍ତିଭୂମି ରହିଛି। ତାପମାତ୍ରା ନିୟନ୍ତ୍ରିତ ୫୦ ମିଟର ଅଲିମ୍ପିକ ସାଇଜ୍ ସୁଇମିଂ ପୁଲ୍ ଓ ୨୫ ମିଟର ୱାର୍ମଅପ୍ ପୁଲ୍ ରହିଛି। ଏଠାରେ ୧ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ଏଠାରେ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ହୋଇପାରିବ ।
ଇଣ୍ଡୋର ଡାଇଭିଂ ସେଣ୍ଟର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ତାପମାତ୍ରା ନିୟନ୍ତ୍ରିତ ୨୫ ମିଟର ବିଶିଷ୍ଟ ଡାଇଭିଂ ପୁଲ୍, ସିଙ୍କ୍ରୋନାଇଜ୍ଡ ସୁଇମିଂ ପାଇଁ ଅତିରିକ୍ତ ୫ ମିଟର ପୁଲ୍ ରହିବ ।
ନୂଆ ଇଣ୍ଡୋର କ୍ରୀଡା ବ୍ୟବସ୍ଥା ଆମର ଆଥଲେଟମାନଙ୍କୁ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଛନ୍ତି। କ୍ରୀଡା ଉତ୍କର୍ଷତାରେ ଏସବୁ ଭିତ୍ତିଭୂମି କାମରେ ଲାଗିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଦଘାଟନ ଓ ଶିଳାନ୍ୟାସ ଅବସରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେ କ୍ରୀଡାବିତ ମାନଙ୍କ ସହ ବିଚାର ବିନିମୟ କରିଥିଲେ।
Odisha Cabinet Approves Restructuring of OIS Cadre to Strengthen PR Activities; 61 Posts Created
Next ArticlePeople of Newly Formed NACs, Municipalities Meet 5T Chairman Kartik Pandian
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
