न्यूज़रूम ओडिशा
ब्रेकिंग
ओडिया समाचार

କନ୍ଧମାଳ ଦୁର୍ଗାପଙ୍ଗା ଜଙ୍ଗଲରେ ପୋଲିସ – ମାଓବାଦୀ ଗୁଳି ବିନିମୟ, ମାଓ ଶିବିର ଧ୍ଵଂସ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗl ଜଙ୍ଗଲରେ ଏସଓଜି ପୋଲିସ କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ୧୫ ମିନିଟ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପ୍ରଥମେ ମାଓବାଦୀମାନେ ଅତର୍କିତ ଭାବେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ପରେ ପୋଲିସ ଏହାର ପାଲଟା ଜବାବ ଦେବାକୁ ଯାଇ ଗୁଳିବିନିମୟ କରିଥିଲେ । ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ମାଓ ବାଦୀମାନେ ଛତ୍ର ଭଙ୍ଗ [...]

Admin•10 मार्च 2024
Share Article:

ଫୁଲବାଣୀ – କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗl ଜଙ୍ଗଲରେ ଏସଓଜି ପୋଲିସ କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ୧୫ ମିନିଟ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ପ୍ରଥମେ ମାଓବାଦୀମାନେ ଅତର୍କିତ ଭାବେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ପରେ ପୋଲିସ ଏହାର ପାଲଟା ଜବାବ ଦେବାକୁ ଯାଇ ଗୁଳିବିନିମୟ କରିଥିଲେ । ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ମାଓ ବାଦୀମାନେ ଛତ୍ର ଭଙ୍ଗ ଦେଇଥିଲେ l ପୋଲିସ ମାଓବାଦୀମାନଙ୍କ କ୍ୟାମ୍ପ କୁ ସମ୍ପୂର୍ଣ ରୂପେ ଧ୍ୱଂସ କରିଦେଇଛି । କ୍ୟାମ୍ପରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ମାଓ ପୋଷାକ, ବିଭିନ୍ନ ମାରଣାସ୍ତ୍ର, ମେଡିସିନ, ଶୁଖିଲା ଖାଦ୍ୟ, ବିସ୍କୁଟ, ପାଣି ବୋତଲ, ଇଲେକ୍ଟ୍ରି ତାର ଆଦି ରହିଛି। ଅନ୍ଧାର ରାତିର ସୁଯୋଗ ନେଇ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିବା କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles