न्यूज़रूम ओडिशा
ब्रेकिंग
ओडिया समाचार

ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସିପଡିଲା ପିକଅପ୍, ୨୦ ଯାତ୍ରୀ ଆହତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଦୁର୍ଘଟଣା । ଏକ ପିକଅପ୍ ଘାଟିରୁ ଖସି ପଡିବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମା’ ବାଙ୍କେଶ୍ଵରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକଅପ୍ ରାସ୍ତା ତଳକୁ ଖସିପଡ଼ିଥିବା [...]

Admin•10 मार्च 2024
Share Article:

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଦୁର୍ଘଟଣା । ଏକ ପିକଅପ୍ ଘାଟିରୁ ଖସି ପଡିବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମା’ ବାଙ୍କେଶ୍ଵରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକଅପ୍ ରାସ୍ତା ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।

#Odia#Odisha#News
Share Article:

Related Articles