न्यूज़रूम ओडिशा
ब्रेकिंग
ओडिया समाचार

୯୬ତମ ଓସ୍କାର ପୁରସ୍କାରରେ ବାଜି ମାରିଲା ‘ଓପେନହାଇମର’, ଶ୍ରେଷ୍ଠ ଫିଲ୍ମ ଓ ନିର୍ଦ୍ଦେଶନା ସହ ଜିତିଲା ୭ଟି ପୁରସ୍କାର

ଲସ୍ ଆଞ୍ଜେଲସ୍: ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି | ଶ୍ରେଷ୍ଠ ଫିଲ୍ମ, ନିର୍ଦ୍ଦେଶକ ଓ ଅଭିନେତା ସହ ‘ଓପେନହାଇମର’ ସର୍ବାଧିକ ୭ଟି ବର୍ଗରେ ପୁରସ୍କାର ଜିତିଛି । ପରମାଣୁ ବୋମାର ଜନକ ରବର୍ଟ ଜେ ଓପେନହାଇମରଙ୍କ ଉପରେ ଆଧାରିତ ଏହି ଫିଲ୍ମ ପାଇଁ ସିଲିଆନ୍ ମର୍ଫି ଶ୍ରେଷ୍ଠ ଅଭିନେତା ଓ ଖ୍ରୀଷ୍ଟୋଫର୍ ନୋଲାନ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ଜିତିଛନ୍ତି | ମର୍ଫି ଓ ନୋଲାନଙ୍କ ଏହା ପ୍ରଥମ ଓସ୍କାର [...]

Admin•11 मार्च 2024
Share Article:

ଲସ୍ ଆଞ୍ଜେଲସ୍: ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି | ଶ୍ରେଷ୍ଠ ଫିଲ୍ମ, ନିର୍ଦ୍ଦେଶକ ଓ ଅଭିନେତା ସହ ‘ଓପେନହାଇମର’ ସର୍ବାଧିକ ୭ଟି ବର୍ଗରେ ପୁରସ୍କାର ଜିତିଛି । ପରମାଣୁ ବୋମାର ଜନକ ରବର୍ଟ ଜେ ଓପେନହାଇମରଙ୍କ ଉପରେ ଆଧାରିତ ଏହି ଫିଲ୍ମ ପାଇଁ ସିଲିଆନ୍ ମର୍ଫି ଶ୍ରେଷ୍ଠ ଅଭିନେତା ଓ ଖ୍ରୀଷ୍ଟୋଫର୍ ନୋଲାନ୍ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ଜିତିଛନ୍ତି | ମର୍ଫି ଓ ନୋଲାନଙ୍କ ଏହା ପ୍ରଥମ ଓସ୍କାର ।

ଏହି ଚଳଚ୍ଚିତ୍ର ପାଇଁ ରୋବର୍ଟ ଡାଉନି ଜୁନିୟର ମଧ୍ୟ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ଓସ୍କାର ପାଇଛନ୍ତି । ଏହା ତାଙ୍କ କ୍ୟାରିୟରର ପ୍ରଥମ ଓସ୍କାର

‘ଓପେନହାଇମର’ ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା, ଶ୍ରେଷ୍ଠ ଅରିଜିନାଲ ସ୍କୋର ଓ ଶ୍ରେଷ୍ଠ ସିନେମାଟୋଗ୍ରାଫି ବର୍ଗରେ ପୁରସ୍କାର ଜିତିଛି | ଏହି ଚଳଚ୍ଚିତ୍ର ମୋଟ ୧୩ଟି ବର୍ଗରେ ମନୋନୀତ ହୋଇଥିଲା । ଓସ୍କାର ପୁରସ୍କାର ପୂର୍ବରୁ ଏହି ଫିଲ୍ମ ବାଫଟା ଓ ଗୋଲଡେନ୍ ଗ୍ଲୋବ୍ସ ଭଳି ପ୍ରମୁଖ ପୁରସ୍କାର ମଧ୍ୟ ଜିତିଥିଲା ।

ଚଳଚ୍ଚିତ୍ର ‘ପୁର ଥିଙ୍ଗସ୍’ ଚାରିଟି ବର୍ଗରେ ଓସ୍କାର ଜିତିଛି | ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଏମା ଷ୍ଟୋନ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ବ୍ୟତୀତ, ‘ପୁର ଥିଙ୍ଗସ୍’ ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍, ପ୍ରଡକ୍ସନ୍ ଡିଜାଇନ୍ ଏବଂ ମେକ୍ଅପ୍ ଏବଂ ହେୟାର ଷ୍ଟାଇଲ୍ ବର୍ଗରେ ଓସ୍କାର ପାଇଛି।

ଆଉ ଏକ ଚର୍ଚ୍ଚିତ ଫିଲ୍ମ ‘ବାର୍ବି’ ୮ଟି ବର୍ଗରେ ମନୋନୀତ ହୋଇଥିବା ସତ୍ତ୍ୱେ କେବଳ ଗୋଟିଏ ଓସ୍କାର ପାଇଛି | ଏହି ଫିଲ୍ମ ବେଷ୍ଟ ଅରିଜିନାଲ ସଙ୍ଗ୍ ବର୍ଗରେ ପୁରସ୍କାର ଜିତିଛି । ଫିଲ୍ମର ଗୀତ ‘ହ୍ବାଟ୍ ଓ୍ବାଜ୍ ଆଇ ମେଡ୍ ଫର୍..’ ପାଇଁ ବିଲି ଆଇଲିଶ ଏବଂ ଫିନ୍ନାସ୍ ଓ’କନେଲ ଓସ୍କାର ଜିତିଛନ୍ତି |

‘ଦି ହୋଲ୍ଡଓଭର୍ସ’ ପାଇଁ ଡା ଭାଇନ୍ ଜଏ ରଣ୍ଡୋଲଫ୍ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ପାଇଛନ୍ତି । ‘ଓ୍ବାର ଇଜ ଓଭର’ ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର ବିବେଚିତ ହୋଇଛି । ‘ଆମେରିକାନ ଫିକ୍ସନ୍’ ଶ୍ରେଷ୍ଠ ଆଡାପ୍ଟେଡ୍ ସ୍କ୍ରିନ୍ ପ୍ଲେ ପାଇଁ ଓସ୍କାର ଜିତିଛି ।

#Odia#Odisha#News
Share Article:

Related Articles