न्यूज़रूम ओडिशा
ब्रेकिंग
ओडिया समाचार

ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ବନ ଅଧିକାର ସହାୟକ

ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ କର୍ମଚାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟ ରାଇଟ୍ସ ଆସିଷ୍ଟାଣ୍ଟ ( ଏଫଆରଏ ) ରୋଜା ନିଘତ ପରବିନଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ବନ ଅଧିକାର ଅଧିନିୟମ ଅଧୀନସ୍ଥ ହିତାଧିକାରୀଙ୍କ ଜଣେ ପ୍ରତିନିଧିଙ୍କଠାରୁ ପରବିନ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ। କିଛି ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜାରି ସମ୍ପର୍କିତ ଫାଇଲ ପ୍ରୋସେସ କରିବାକୁ ପରବିନ [...]

Admin•11 मार्च 2024
Share Article:

ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ କର୍ମଚାରୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଫରେଷ୍ଟ ରାଇଟ୍ସ ଆସିଷ୍ଟାଣ୍ଟ ( ଏଫଆରଏ ) ରୋଜା ନିଘତ ପରବିନଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ବନ ଅଧିକାର ଅଧିନିୟମ ଅଧୀନସ୍ଥ ହିତାଧିକାରୀଙ୍କ ଜଣେ ପ୍ରତିନିଧିଙ୍କଠାରୁ ପରବିନ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ। କିଛି ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜାରି ସମ୍ପର୍କିତ ଫାଇଲ ପ୍ରୋସେସ କରିବାକୁ ପରବିନ ସେମାନଙ୍କ ପ୍ରତିନିଧିଙ୍କୁ ମୋଟ ୨୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ପରବିନ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ଲାଞ୍ଚ ନେଇସାରିଥିଲେ । ଭିଜିଲାନ୍ସରେ ତାଙ୍କ ବିରୋଧରେ ଅଭିଯୋଗ ହେବାରୁ ସେ ଆଜି ଦ୍ୱିତୀୟ କିସ୍ତି ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ପରବିନଙ୍କୁ ଧରିଥିଲେ । ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଜାଲରେ ପଡିଲା ପରେ ପରବିନଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଅନୁଦାନରେ ଚଢ଼ାଉ କରାଯାଇଛି ।

#Odia#Odisha#News
Share Article:

Related Articles