‘ମିଶନ୍ ଦିବ୍ୟାସ୍ତ୍ର’ ଅଧୀନରେ ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆରଡିଓକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ‘ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍’ (ଏମ୍ଆଇଆରଭି) ଟେକ୍ନୋଲୋଜି ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ରର ସୋମବାର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିବା ସହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ମିଶନ ଦିବ୍ୟାସ୍ତ୍ର’ ପାଇଁ ଆମର ଡିଆରଡିଓ ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ ବୋଲି ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି । ଏହା ଏମ୍ଆଇଆରଭି ଟେକ୍ନୋଲୋଜି ସହିତ [...]
ନୂଆଦିଲ୍ଲୀ: ‘ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍’ (ଏମ୍ଆଇଆରଭି) ଟେକ୍ନୋଲୋଜି ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ରର ସୋମବାର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିବା ସହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ମିଶନ ଦିବ୍ୟାସ୍ତ୍ର’ ପାଇଁ ଆମର ଡିଆରଡିଓ ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ ବୋଲି ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି । ଏହା ଏମ୍ଆଇଆରଭି ଟେକ୍ନୋଲୋଜି ସହିତ ସ୍ୱଦେଶ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ ବୋଲି ସେ କହିଛନ୍ତିି।
ଏମ୍ଆଇଆରଭି ଟେକ୍ନୋଲୋଜି ଅଧୀନରେ ଏକ କ୍ଷେପଣାସ୍ତ୍ରରେ ଏକାଧିକ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରହିଥାଏ । ଏହି ଅସ୍ତ୍ର ଗୁଡ଼ିକ ଦ୍ଵାରା ବିଭିନ୍ନ ଟାର୍ଗେଟ୍ ଭେଦ କରାଯାଇପାରିବ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାକୁ ସଡ଼କ ପଥରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ। ଅଗ୍ନି କ୍ଷେପଣାସ୍ତ୍ରର ପୂର୍ବ ଭର୍ସନ୍ ଗୁଡ଼ିକରେ ଏହି ସୁବିଧା ନଥିଲା।
ସୂତ୍ରରୁ ପ୍ରକାଶ ‘ମିଶନ ଦିବ୍ୟାସ୍ତ୍ର’ ପରୀକ୍ଷଣ ସହିତ ଭାରତ ଏମ୍ଆଇଆରଭି କ୍ଷମତା ଥିବା କିଛି ହାତଗଣତି ଦେଶଙ୍କ କ୍ଲବରେ ସାମିଲ ହୋଇଛି । ଏହା ଗୋଟିଏ କ୍ଷେପଣାସ୍ତ୍ର ଦ୍ବାରା ବିଭିନ୍ନ ସ୍ଥାନରେ ଏକାଧିକ ଅସ୍ତ୍ର ମୁତୟନ ସୁନିଶ୍ଚିତ କରିବ ।
ଏହି ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ମହିଳା ଥିଲେ । ଏଥିରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅସ୍ତ୍ର ପ୍ରଣାଳୀ ସ୍ୱଦେଶୀ ଏଭିୟୋନିକ୍ସ ସିଷ୍ଟମ ଏବଂ ଉଚ୍ଚ ସଠିକତା ସେନସର ପ୍ୟାକେଜ୍ ସହ ସଜ୍ଜିତ । ଏହି ସାମର୍ଥ୍ୟ ଭାରତର ବୈଷୟିକ ଜ୍ଞାନକୌଶଳର ପ୍ରତୀକ ।
ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫୦୦୦ କିଲୋମିଟର । ଦେଶର ଦୀର୍ଘକାଳୀନ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ର ଷ୍ଟ୍ରାଇକ୍ ରେଞ୍ଜରେ ଚୀନ୍ର ଉତ୍ତର ଭାଗ ଏବଂ ୟୁରୋପର କିଛି ଅଞ୍ଚଳ ସମେତ ପ୍ରାୟ ସମଗ୍ର ଏସିଆ ରହିଛି।
ଅଗ୍ନି-୧ ରୁ ୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ଦୂରତା ୭୦୦ କିଲୋମିଟରରୁ ୩୫୦୦ କିଲୋମିଟର । ଏହି କ୍ଷେପଣାସ୍ତ୍ର ପୂର୍ବରୁ ମୁତୟନ ହୋଇସାରିଛି । ଭାରତ ପୃଥିବୀର ବାୟୁମଣ୍ଡଳ ସୀମା ଭିତରେ ଏବଂ ବାହାରେ ଶତ୍ରୁ ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଟକାଇବା ପାଇଁ ମଧ୍ୟ ଦକ୍ଷତା ବିକଶିତ କରୁଛି।
CM Provides KALIA Assistance to 46 Lakh Farmers
Next Articleମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ପ୍ରସ୍ତୁତି ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
