ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିଠୁ ଜବାବ ଲୋଡ଼ିଲେ ହାଇକୋର୍ଟ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେ ଗିରଫରୁ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି ହାଇକୋର୍ଟ । ତେବେ ଇଡିରେ ସେ କାହିଁକି ହାଜର ହେବାକୁ ଚାହୁଁନାହାଁନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଆମେ ଏପରି ମାମଲା ଦେଖିଛୁ। ସାଧାରଣତଃ ପ୍ରଥମ କିମ୍ବା ଦ୍ୱିତୀୟ ଦିନରେ କେହି [...]
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ ବିରୋଧରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେ ଗିରଫରୁ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। କେଜ୍ରିୱାଲଙ୍କ ଆବେଦନ ଉପରେ ଜବାବ ଦାଖଲ କରିବାକୁ ଇଡିକୁ କହିଛନ୍ତି ହାଇକୋର୍ଟ ।
ତେବେ ଇଡିରେ ସେ କାହିଁକି ହାଜର ହେବାକୁ ଚାହୁଁନାହାଁନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି, ଆମେ ଏପରି ମାମଲା ଦେଖିଛୁ। ସାଧାରଣତଃ ପ୍ରଥମ କିମ୍ବା ଦ୍ୱିତୀୟ ଦିନରେ କେହି ଗିରଫ ହୁଅନ୍ତି ନାହିଁ। ଯଦି ବୈଧ କାରଣ ଥାଏ ତେବେ ଗିରଫ କରାଯାଇଥାଏ । ସେହି କାରଣ ସମ୍ପର୍କରେ ମଧ୍ୟ ଅଭିଯୁକ୍ତଙ୍କୁ କୁହାଯାଏ ।
ଗିରଫରୁ ସୁରକ୍ଷା ଦେବାକୁ ଅନୁରୋଧ କରି କେଜ୍ରିୱାଲ କହିଥିଲେ ଆମେ ସାଧାରଣ ଅପରାଧୀ ନୋହୁଁ, ଆମେ କେଉଁଆଡେ ପଳାଇ ଯାଉନୁ।
ଇଡି ଏବେ ଏହି ମାମଲାରେ ଜବାବ ଦାଖଲ କରିବ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ୨୨ରେ ହେବ। ଅବକାରୀ ମାମଲାରେ ଇଡି ରବିବାର କେଜ୍ରିୱାଲଙ୍କୁ ନବମ ଥର ସମନ ଜାରି କରିଥିଲା । ତାଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କହିଛି ଇଡି । ପୂର୍ବରୁ ୮ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ । ଏନେଇ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କ ବିରୋଧରେ ଦୁଇଥର କୋର୍ଟ ଯାଇଥିଲା । ତେବେ ଦିଲ୍ଲୀରେ ଏକ କୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ ଦେଇଥିଲେ ।
ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ପୁଣି ବିଜେପିରେ ଯୋଗ ଦେଲେ ସୌନ୍ଦରରାଜନ
Next Articleଲୋକସଭା ନିର୍ବାଚନ: ଅମାନତ ହରାଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଛି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
