न्यूज़रूम ओडिशा
ब्रेकिंग
ओडिया समाचार

ବଢୁଛି ତାତି : ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଅଧିକ, ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଧୀରେ ଧୀରେ ବଢୁଛି ତାତି । ରାଜ୍ୟରେ ଆଜି ୧୯ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୧୦ଟି ସହରର ତାପମାତ୍ରା ୩୭ଟି ଡିଗ୍ରୀ ସେଲସିୟସ ବା ଅଧିକ ରହିଛି । ପାରଳାଖେମୁଣ୍ଡି ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୮.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର,ଟିଟିଲାଗଡ଼ ଓ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ [...]

Admin•12 मार्च 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଧୀରେ ଧୀରେ ବଢୁଛି ତାତି । ରାଜ୍ୟରେ ଆଜି ୧୯ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୧୦ଟି ସହରର ତାପମାତ୍ରା ୩୭ଟି ଡିଗ୍ରୀ ସେଲସିୟସ ବା ଅଧିକ ରହିଛି । ପାରଳାଖେମୁଣ୍ଡି ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୮.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର,ଟିଟିଲାଗଡ଼ ଓ ବୌଦ୍ଧରେ ଦିନର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ଭବାନୀପାଟଣାରେ ୩୭.୮, ନୟାଗଡ଼ ୩୭.୫, ତାଳଚେରରେ ୩୭.୪, ଢେଙ୍କାନାଳରେ ୩୭, ମାଲକାନଗିରିରେ ୩୭, ଭୁବନେଶ୍ବରରେ ୩୭ ଓ କଟକରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତାକାଲି ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ। ମାର୍ଚ୍ଚ ୧୪ରୁ ୧୭ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles