ନିର୍ବାଚନୀ ବଣ୍ଡ୍ ମାମଲାରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏସସିବିଏ ସଭାପତି, ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନ କରିବାକୁ ଅନୁରୋଧ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ସଭାପତି ଆଦିଶ ସି ଅଗ୍ରୱାଲ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ନିର୍ବାଚନୀ ବଣ୍ଡ୍ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପୁଣିଥରେ ଶୁଣାଣି ନ କରିବା ପର୍ଯ୍ୟନ୍ତ ନିର୍ବାଚନୀ ବଣ୍ଡ୍ ମାମଲାରେ କୋର୍ଟ ରାୟକୁ କାର୍ଯ୍ୟକାରୀ ନକରିବାକୁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକୁ [...]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ସଭାପତି ଆଦିଶ ସି ଅଗ୍ରୱାଲ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ନିର୍ବାଚନୀ ବଣ୍ଡ୍ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସହ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପୁଣିଥରେ ଶୁଣାଣି ନ କରିବା ପର୍ଯ୍ୟନ୍ତ ନିର୍ବାଚନୀ ବଣ୍ଡ୍ ମାମଲାରେ କୋର୍ଟ ରାୟକୁ କାର୍ଯ୍ୟକାରୀ ନକରିବାକୁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।
ଅଗ୍ରୱାଲ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକୁ ଚାନ୍ଦା ଦେଉଥିବା କର୍ପୋରେଟ ସଂସ୍ଥାଙ୍କ ନାମ ପ୍ରକାଶ କରିବା ଦ୍ୱାରା ସେମାନେ ହଇରାଣ ହରକତ ହେଇପାରନ୍ତି।
ଅଗ୍ରୱାଲ କହିଛନ୍ତି, ଯଦି କର୍ପୋରେଟ୍ ସଂସ୍ଥା ଗୁଡ଼ିକର ନାମ ଏବଂ ବିଭିନ୍ନ ଦଳକୁ ଦିଆଯାଇଥିବା ଚାନ୍ଦା ପରିମାଣ ପ୍ରକାଶ କରାଯାଏ, ତେବେ କମ୍ ଚାନ୍ଦା ପାଇଥିବା ଦଳ ସେମାନଙ୍କୁ ଟାର୍ଗେଟ୍ କରି ହଇରାଣ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏହା ସ୍ବେଚ୍ଛାକୃତ ଚାନ୍ଦା ଗ୍ରହଣ କରିବା ସମୟରେ (କର୍ପୋରେଟ୍ କମ୍ପାନୀଗୁଡିକରୁ) ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିରୁ ଓହରିବା ସଦୃଶ ହେବ। ”
ଅଗ୍ରୱାଲ ଅଲ ଇଣ୍ଡିଆ ବାର ଆସୋସିଏସନ (ଏଆଇବିଏ)ର ସଭାପତି ମଧ୍ୟ ଅଟନ୍ତି। ସେ କହିଛନ୍ତି, ଯଦି ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ସମ୍ବେଦନଶୀଳ ସୂଚନା ସାର୍ବଜନୀନ କରାଯାଏ, ଏହା ପ୍ରତିକୂଳ ପ୍ରଭାବ ପକାଇବା ସହ ଅନ୍ତର୍ଜାତୀୟ ସ୍ତରରେ ଦେଶର ଛବି ମଳିନ କରିବ
ନିର୍ବାଚନୀ ବଣ୍ଡ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ପରାମର୍ଶ ନେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଅଗ୍ରୱାଲ। ଯଦ୍ୱାରା ଏହି ମାମଲାର ପୁନର୍ବାର ଶୁଣାଣି ହୋଇପାରିବ ଓ ଭାରତର ସଂସଦ, ରାଜନୈତିକ ଦଳ, କର୍ପୋରେଟ୍ ଓ ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତିି ।
ସମ୍ବିଧାନର ଧାରା ୧୪୩ ଅନୁସାରେ ସୁପ୍ରିମକୋର୍ଟକୁ ‘ପରାମର୍ଶ ଅଧିକାର’ ପ୍ରଦାନ କରିଛି । ସର୍ବୋଚ୍ଚ ନ୍ୟାୟାଳୟର ପରାମର୍ଶ ନେବାକୁ ଭାରତର ରାଷ୍ଟ୍ରପତିଙ୍କୁ ମଧ୍ୟ କ୍ଷମତା ପ୍ରଦାନ କରାଯାଇଛି ।
ଯଦି ରାଷ୍ଟ୍ରପତି ଅନୁଭବ କରନ୍ତି ଯେ ଆଇନ କିମ୍ବା ତଥ୍ୟର କୌଣସି ପ୍ରଶ୍ନ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଉଠିପାରେ ଓ ଏନେଇ ସର୍ବୋଚ୍ଚ ନ୍ୟାୟାଳୟର ମତାମତ ଆବଶ୍ୟକ, ତେବେ ରାଷ୍ଟ୍ରପତି ସେହି ମାମଲା ସୁପ୍ରିମକୋର୍ଟ ନିକଟକୁ ପରାମର୍ଶ ପାଇଁ ପଠାଇ ପାରିବେ।
ନିର୍ବାଚନୀ ବଣ୍ଡ୍ ତଥ୍ୟ ଦାଖଲ ପାଇଁ ଏସବିଆଇକୁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଥିଲେ। ନିର୍ବାଚନୀ ବଣ୍ଡ୍ ଜରିଆରେ ୨୦୧୯ ରୁ ଏପର୍ଯ୍ୟନ୍ତ ରାଜନୈତିକ ଦଳଗୁଡିକୁ ମିଳିଥିବା ଚାନ୍ଦା ସମ୍ପର୍କିତ ସମସ୍ତ ତଥ୍ୟ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ସର୍ବୋଚ୍ଚ ଅଦାଲତ ସୋମବାର ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ବ୍ୟାଙ୍କ ଏହି ନିର୍ଦ୍ଦେଶ ଏବଂ ସମୟସୀମା ପାଳନ କରିବାରେ ବିଫଳ ହୁଏ, ତେବେ ଏହା ବିରୋଧରେ “ଉଦ୍ଦେଶ୍ୟମୂଳକ ଅବମାନନା” ମାମଲା ରୁଜୁ ହେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଦିନକ ପରେ ଏସବିଆଇ ମଙ୍ଗଳବାର ସନ୍ଧ୍ୟାରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିକଟରେ ଦାଖଲ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନ କମିଶନର ଏହି ତଥ୍ୟ ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ପଡ଼ିବ ।
CM Naveen Announces Welfare Schemes for Srimandir Servitors
Next Articleନିର୍ବାଚନ ପ୍ରସ୍ତୁତି: ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
