ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ
ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ।ବର୍ତ୍ତମାନର ବନାରସ ସହର। ପୌରାଣିକ ଯୁଗରୁ ଏହି ପବିତ୍ର କ୍ଷେତ୍ରର ରହିଛି ଅନେକ ମହତ୍ତ୍ୱ। ବିଶେଷ କରି ଏହି କ୍ଷେତ୍ରରେ ମନୁଷ୍ୟ ଦେହତ୍ୟାଗ କଲେ ତାର ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ମାନ୍ୟତା ରହିଛି। କାରଣ ଭଗବାନ ଭୁତ ଭାବନ ସ୍ୱୟଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି କର୍ଣ ରେ ପବିତ୍ର ଶ୍ରୀରାମ ତାରକ ମନ୍ତ୍ର ପ୍ରଦାନ କରିଥାନ୍ତି। ଏହି ପବିତ୍ର କ୍ଷେତ୍ରରେ ଯେଉଁସବୁ ଘାଟରେ ମୃତ [...]
ଭଗବାନ ଶ୍ରୀ କୈଳାସ ପତି ସଦାଶିବଙ୍କ ପବିତ୍ର ଲୀଳାକ୍ଷେତ୍ର କାଶୀ।ବର୍ତ୍ତମାନର ବନାରସ ସହର। ପୌରାଣିକ ଯୁଗରୁ ଏହି ପବିତ୍ର କ୍ଷେତ୍ରର ରହିଛି ଅନେକ ମହତ୍ତ୍ୱ। ବିଶେଷ କରି ଏହି କ୍ଷେତ୍ରରେ ମନୁଷ୍ୟ ଦେହତ୍ୟାଗ କଲେ ତାର ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ମାନ୍ୟତା ରହିଛି। କାରଣ ଭଗବାନ ଭୁତ ଭାବନ ସ୍ୱୟଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି କର୍ଣ ରେ ପବିତ୍ର ଶ୍ରୀରାମ ତାରକ ମନ୍ତ୍ର ପ୍ରଦାନ କରିଥାନ୍ତି। ଏହି ପବିତ୍ର କ୍ଷେତ୍ରରେ ଯେଉଁସବୁ ଘାଟରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସବୁ ହୋଇଥାଏ ସେହିସବୁ ଘାଟ ମଧ୍ୟରେ ରହିଛି ଏକ ସୁପ୍ରସିଦ୍ଧ ରାଜାଙ୍କ ନାମରେ ଏକ ଘାଟ ଯାହା ପୁରାଣ ପ୍ରସିଦ୍ଧ ।
ମଣିକର୍ଣ୍ଣିକା ଘାଟର ଅଳ୍ପ ଦୂରରେ ରହିଛି କାଶୀର ଅନ୍ୟ ଏକ ପ୍ରସିଦ୍ଧ ଘାଟ ହରିଶ୍ଚନ୍ଦ୍ରଘାଟ l ଏଠାରେ ସତ୍ୟକାମୀ ହରିଶ୍ଚନ୍ଦ୍ର ସତ୍ୟରକ୍ଷା ନିମନ୍ତେ ରାଜ୍ୟ, ଧନ, ଦାରା, ପୁତ୍ର ହରାଇ ଏବଂ ଶେଷରେ ନିଜକୁ ଚଣ୍ଡାଳ ପାଖରେ ଦାସଭାବେ ବିକ୍ରୟକରି ଚଣ୍ଡାଳ ବେଶରେ ସ୍ମଶାନ ଜଗି ଥିଲେ l ତାଙ୍କ ସତ୍ୟସନ୍ଧ ଜୀବନର ଶେଷ ପରୀକ୍ଷାର ପରିସମାପ୍ତି ଏଇଠି ହୋଇଥିଲା । ଯେତେବେଳେ ମହାରାଣୀ ଶୈବ୍ୟା ପୁତ୍ର ରୋହିତର ମୃତ ଶରୀର ଦାହକରିବା ପାଇଁ ସ୍ମଶାନ ଜଗୁଆଳ ଚଣ୍ଡାଳ ହରିଶ୍ଚନ୍ଦ୍ରଙ୍କ ପାଖରେ ପହଞ୍ଚି ଥିଲେ l ଶୈବ୍ୟାଙ୍କୁ ହରିଶ୍ଚନ୍ଦ୍ର ମାହାସୁଲ ବିନା ଶବଦାହ କରାଇ ଦେବେନାହିଁ ବୋଲି କହିଥିଲେ l ଦୁଃଖିନୀ ଶୈବ୍ୟାଙ୍କ ନିକଟରେ କିଛି ବି ନଥିଲା l ପିନ୍ଧିଥିବା ଛିଣ୍ଡା ଶାଢୀ କାନିରୁ ଖଣ୍ଡେ କନା ଚିରି ସେ ହରିଶ୍ଚନ୍ଦ୍ରଙ୍କୁ ଘାଟ ମୁଲ ପଇଠ କରିଥିଲେ l ଏହି ଠାରେ ଧର୍ମ ଆବିର୍ଭୁତ ହୋଇ ସେମାନଙ୍କର ପୁନର୍ମିଳନ କରାଇ ଥିଲେ l
ସତ୍ୟ ନିଷ୍ଠତାର ଏ ଅପୂର୍ଵ କାହାଣୀ ଭାରତୀୟ ଜୀବନ ଧାରାକୁ କେଉଁ କାଳରୁ ପ୍ରଭାବିତ କରି ଆସୁଛି l ଏହି କାହାଣୀ ଦିନେ ସତ୍ୟ ପ୍ରତି ଅନୁରକ୍ତି ଆଣି ଦେଇଥିଲା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପାଇଁ l ଯେହେତୁ ରାଣୀ ଶୈବ୍ୟାଙ୍କୁ ମଧ୍ୟ ଘାଟ ମାହାସୁଲ ଦେବାକୁ ପଡ଼ିଥିଲା ତେଣୁ ଏହି ଘାଟରେ ପ୍ରତୀକ ସ୍ୱରୂପ କିଛି ମାହାସୁଲ ଦେବାକୁ ପଡ଼ିଥାଏ l କଳାନ୍ତକ ନଗରୀ କାଶୀର ଏ ପବିତ୍ର ଘାଟ ସବୁ ମୋକ୍ଷର ଦ୍ୱାର l ମନୁଷ୍ୟ ଜନ୍ମ ପାଇ ଏଠାରେ ଯିଏ ଶରୀର ତ୍ୟାଗକରେ ତା’ ଜୀବନ ଧନ୍ୟ l ଏଣୁ କୁହାଯାଇଛି :-
ବଡ଼େ ଭାଗ ମାନୁଷ ତନ ପାୱା l
ସୁର ଦୁର୍ଲଭ ସଦଗ୍ରନ୍ଥ ହ୍ନି ଗାୱା ll
ସାଧନ ଧାମ ମୋକ୍ଷ କର ଦ୍ୱାରା l
ପାଇ ନଯୋହି ପରଲୋକ ସବାଁରା ll
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ତିନି ଘଣ୍ଟା ବନ୍ଦ ରହିବ ଦର୍ଶନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
