न्यूज़रूम ओडिशा
ब्रेकिंग
ओडिया समाचार

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର -ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଡକାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାର ଯାଏଁ ରେଳ ଲାଇନ ବିଛାଇବାକୁ ୬୩୦ କୋଟିର ଟେଣ୍ଡର ଆହ୍ୱାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର [...]

Admin•13 मार्च 2024
Share Article:

ଭୁବନେଶ୍ୱର -ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଟେଣ୍ଡର ଡକାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାର ଯାଏଁ ରେଳ ଲାଇନ ବିଛାଇବାକୁ ୬୩୦ କୋଟିର ଟେଣ୍ଡର ଆହ୍ୱାନ କରାଯାଇଛି।

କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର ଓ ଆଚାର୍ଯ୍ୟବିହାର ମେଟ୍ରୋ ଷ୍ଟେସନରେ ଏଲିଭେଟେଡ ବ୍ରିଜ ନିର୍ମାଣ କରିବାକୁ ଟେଣ୍ଡର ଡକାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ। ୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ। ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ।

#Odia#Odisha#News
Share Article:

Related Articles