ଗୁରୁବାର ଦିନ ସ୍ୱସ୍ତିକ ଚିହ୍ନର ବାସ୍ତୁବିଜ୍ଞାନରେ କଣ ରହିଛି ମହତ୍ୱ ?
ଆମ ଭାରତୀୟ ସଂସ୍କୃତିରେ ସ୍ୱସ୍ତିକ ଚିହ୍ନକୁ ଖୁବ ଶୁଭ ବୋଲି କୁହାଯାଇ ଥାଏ l ସ୍ୱସ୍ତିକ ଚିହ୍ନକୁ ମଙ୍ଗଳ କାମନାର ପ୍ରତୀକ ବୋଲି କୁହାଯାଇ ଥାଏ l ଯେତେବେଳେ ଆମେ କୌଣସି ଶୁଭକାର୍ଯ୍ୟ କରିଥାଉ ତା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କିତ କରିଥାଉ l ସ୍ୱସ୍ତିକର ପ୍ରକୃତ ଅର୍ଥ ହେଉଛି ମଙ୍ଗଳ କାମନା କାରୀ l ସ୍ୱସ୍ତିକ ଚିହ୍ନକୁ କେବଳ ହିନ୍ଦୁଧର୍ମ ନୁହେଁ ସମସ୍ତ ଧର୍ମ ରେ ପବିତ୍ର ବୋଲି ଗ୍ରହଣ କରାଯାଇ ଥାଏ l ମଙ୍ଗଳ [...]
ଆମ ଭାରତୀୟ ସଂସ୍କୃତିରେ ସ୍ୱସ୍ତିକ ଚିହ୍ନକୁ ଖୁବ ଶୁଭ ବୋଲି କୁହାଯାଇ ଥାଏ l ସ୍ୱସ୍ତିକ ଚିହ୍ନକୁ ମଙ୍ଗଳ କାମନାର ପ୍ରତୀକ ବୋଲି କୁହାଯାଇ ଥାଏ l
ଯେତେବେଳେ ଆମେ କୌଣସି ଶୁଭକାର୍ଯ୍ୟ କରିଥାଉ ତା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କିତ କରିଥାଉ l ସ୍ୱସ୍ତିକର ପ୍ରକୃତ ଅର୍ଥ ହେଉଛି ମଙ୍ଗଳ କାମନା କାରୀ l ସ୍ୱସ୍ତିକ ଚିହ୍ନକୁ କେବଳ ହିନ୍ଦୁଧର୍ମ ନୁହେଁ ସମସ୍ତ ଧର୍ମ ରେ ପବିତ୍ର ବୋଲି ଗ୍ରହଣ କରାଯାଇ ଥାଏ l
ମଙ୍ଗଳ ଭାବର ଚିହ୍ନ ସ୍ୱସ୍ତିକ ଚିହ୍ନ :-
ହିନ୍ଦୁ ସଂସ୍କୃତିରେ ପ୍ରାଚୀନ କାଳରେ ରୁଷିମୁନୀ ମାନେ ନିଜ ଧର୍ମର ଆଧ୍ୟାତ୍ମିକ ଅନୁଭବ ଆଧାରରେ କିଛି ବିଶେଷ ଚିହ୍ନର ରଚନା କରିଥିଲେ। ଏହି ଚିହ୍ନ ମଙ୍ଗଳ ଭାବ କୁ ପ୍ରକଟ କରିଥାଏ। ସେହିଭଳି ଚିହ୍ନ ହେଉଛି ସ୍ୱସ୍ତିକ l ସ୍ୱସ୍ତିକ ଚିହ୍ନକୁ ସକାରାତ୍ମକ ଉର୍ଜାର ସ୍ରୋତ ଭାବରେ ଗ୍ରହଣ କରାଯାଏ l ଯେଉଁଘରେ ପୂଜା ସମୟରେ ସ୍ୱସ୍ତିକ ଚିହ୍ନ କରାଯାଇ ଥାଏ ସେହି ଘରେ ସୁଖସମୃଦ୍ଧିର ବାସ ହୋଇଥାଏ l ଏହି କାରଣରୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କିତ କରାଯାଏ l
* ସ୍ୱସ୍ତିକ ଚିହ୍ନରେ ସୁଖସମୃଧିର ବାସ ହୋଇଥାଏ ।
ଯେଉଁ ଘରେ ସ୍ୱସ୍ତିକ ଚିହ୍ନ ଲଗାଯାଇ ଥାଏ ସେଠାରେ ସୁଖ ସମୃଦ୍ଧିର ବାସ ହୋଇଥାଏ ଓ ଧନଧାନ୍ୟ ଘର ପୁରି ଉଠିଥାଏ l
* ଘର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଲଗାଇବା ଖୁବ ଶୁଭ ଅଟେ l କୁହାଯାଏ ଯେ ଯେଉଁ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ହୋଇଥାଏ ସେଠାରେ ଦେବାଦେବୀ ଙ୍କ ବାସ ହୋଇଥାଏ l
* ଗୁରୁପୁଷ୍ୟ ଯୋଗରେ କରାଯାଇ ଥିବା ସ୍ୱସ୍ତିକ ଚିହ୍ନ ଜୀବନରେ ଶାନ୍ତିର ପ୍ରତୀକ ହୋଇଥାଏ l
*ଯଦି ରାତିରେ ନିଦ ଆସୁନାହିଁ ତେବେ ଶୋଇବା ପୂର୍ବରୁ ନିଜର ତର୍ଜନୀ ଆଙ୍ଗୁଳିରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଭଲନିଦ ଆସିଥାଏ l
* ନିଜ ଘରର ଆଲମିରାରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପାଲାଭ ହୋଇଥାଏ l
*ଯଦି ଆପଣଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖା ଯାଉଛି ତେବେ ହଳଦୀରେ ଠାକୁର ଘରେ ସ୍ୱସ୍ତିକ ଚିହ୍ନ କରନ୍ତୁ l
* ଯଦି ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ତେବେ ପିତୃପୁରୁଷ ଙ୍କ କୃପା ଲାଭ ହୋଇଥାଏ l
ବିଶେଷ କରି ଏହିସବୁ କାର୍ଯ୍ୟ ବୃହସ୍ପତି ବାସରେ ଅର୍ଥାତ ଗୁରୁବାର ଦିନ କରାଗଲେ ବାସ୍ତୁବିଜ୍ଞାନରେ ଏହାର ମହତ୍ୱ ଦ୍ବିଗୁଣିତ ହୋଇଥାଏ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଭୋରରୁ ମନ୍ଦିର ରୂପାନ୍ତରଣ ନେଇ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
