ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲା ଏକକାଳୀନ ନିର୍ବାଚନ କମିଟି
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଛି। ପ୍ରାୟ ୧୮ ହଜାର ପୃଷ୍ଠାର ଏହି ରିପୋର୍ଟ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା ପରେ ୧୯୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଦେଶରେ ଏକା ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ କରିବା ପାଇଁ ଏହି କମିଟି ସମସ୍ତ ରାଜ୍ୟ ବିଧାନସଭାର [...]
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଛି। ପ୍ରାୟ ୧୮ ହଜାର ପୃଷ୍ଠାର ଏହି ରିପୋର୍ଟ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା ପରେ ୧୯୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି।
ଦେଶରେ ଏକା ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ କରିବା ପାଇଁ ଏହି କମିଟି ସମସ୍ତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଲୋକସଭା ନିର୍ବାଚନ ଯାଏଁ ସୀମିତ ରଖିବାକୁ ସୁପାରିସ କରିଛି ।
ଏକକାଳୀନ ନିର୍ବାଚନ କେବଳ ସ୍ୱଚ୍ଛତା ଓ ସମାବେଶ ବୃଦ୍ଧି କରିବ ନାହିଁ, ଏହା ଦ୍ବାରା ଭୋଟରଙ୍କୁ ମଧ୍ୟ ସୁବିଧା ହେବ ଏବଂ ମତଦାନ ପ୍ରକ୍ରିୟାରେ ସେମାନଙ୍କ ବିଶ୍ବାସ ବଢ଼ିବ ବୋଲି କମିଟି କହିଛି। ଏହାଛଡ଼ା ଏକକାଳୀନ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ, କର୍ମଚାରୀ ଏବଂ ସୁରକ୍ଷା ବାହିନୀର ପ୍ରାକ୍ ପରିଚାଳନା ଉପରେ କମିଟି ଗୁରୁତ୍ୱାରୋପ କରିଛି।
ରାଷ୍ଟ୍ରପତି ମୁର୍ମୁଙ୍କ ରିପୋର୍ଟ ପ୍ରଦାନ ଅବସରରେ ଏକକାଳୀନ ନିର୍ବାଚନ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ସହ ଏହାର ସଦସ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ, ଜଣାଶୁଣା ସମ୍ବିଧାନ ବିଶେଷଜ୍ଞ ସୁଭାଷ କାଶ୍ୟପ, ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ.କେ ସିଂହ ଏବଂ ପୂର୍ବତନ ସିଭିସି ସଞ୍ଜୟ କୋଠାରୀ ଉପସ୍ଥିତ ଥିଲେ।
‘ଏକ ଦେଶ, ଏକ ନିର୍ବାଚନ’ ଉପରେ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୋଦୀ ସରକାର ଗତ ବର୍ଷ ସେପ୍ଟେମ୍ବର ୨ରେ ଏହି କମିଟି ଗଠନ କରିଥିଲେ ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
Next ArticleCM Naveen Announces Hike In Minimum Wages of Labourers
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
