न्यूज़रूम ओडिशा
ब्रेकिंग
ओडिया समाचार

ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆହତ

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସଡ଼କ ଦୁର୍ଘଟଣାରେ ଆହତ। ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଢ଼ାଖୋଲ ନିକଟସ୍ଥ ବେଲୋଡ଼ିହିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରସନ୍ନ। ସୂଚନା ଅନୁସାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି । କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ [...]

Admin•15 मार्च 2024
Share Article:

ଭୁବନେଶ୍ୱର – ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସଡ଼କ ଦୁର୍ଘଟଣାରେ ଆହତ। ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଢ଼ାଖୋଲ ନିକଟସ୍ଥ ବେଲୋଡ଼ିହିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରସନ୍ନ। ସୂଚନା ଅନୁସାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି । କାରର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ପ୍ରସନ୍ନଙ୍କ ପିଏସଓ ମଧ୍ୟ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ବିଳମ୍ବିତ ରାତିରେ ଘଟିଥିଲା ଦୁର୍ଘଟଣା ।

#Odia#Odisha#News
Share Article:

Related Articles