ହିଞ୍ଜିଳିର ଯୁବ ଶିଳ୍ପୀଙ୍କୁ ଉଚ୍ଚ ପ୍ରଶଂସା କଲେ ୟୁପି ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ନିଜ ଦକ୍ଷତା ବିକଶିତ କରି ଓଡ଼ିଶାର ଯୁବ ପ୍ରତିଭାମାନେ କେବଳ ଆମ ରାଜ୍ୟ ନୁହେଁ ବରଂ ବାହାର ରାଜ୍ୟରେ ମଧ୍ୟ ଝଟକୁଛନ୍ତି। ଆମ ରାଜ୍ୟ ସମେତ ଦେଶ ବିଦେଶରେ ପ୍ରଶଂସା ସାଉଁଟି ଆଣୁଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଯୁବ କାଷ୍ଠ ଶିଳ୍ପୀ ଅରୁଣ କୁମାର ସାହୁ ଏହାର ଏକ ଉଦାହରଣ ହୋଇପାରିଛନ୍ତି। ତାଙ୍କ ନିର୍ମିତ କାଠରେ ଖୋଦେଇ ହୋଇଥିବା ହନୁମାନ ଚାଳିଶା କଳାକୃତି ଏବେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଶୋଭା ପାଇବାକୁ [...]
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ନିଜ ଦକ୍ଷତା ବିକଶିତ କରି ଓଡ଼ିଶାର ଯୁବ ପ୍ରତିଭାମାନେ କେବଳ ଆମ ରାଜ୍ୟ ନୁହେଁ ବରଂ ବାହାର ରାଜ୍ୟରେ ମଧ୍ୟ ଝଟକୁଛନ୍ତି। ଆମ ରାଜ୍ୟ ସମେତ ଦେଶ ବିଦେଶରେ ପ୍ରଶଂସା ସାଉଁଟି ଆଣୁଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଯୁବ କାଷ୍ଠ ଶିଳ୍ପୀ ଅରୁଣ କୁମାର ସାହୁ ଏହାର ଏକ ଉଦାହରଣ ହୋଇପାରିଛନ୍ତି। ତାଙ୍କ ନିର୍ମିତ କାଠରେ ଖୋଦେଇ ହୋଇଥିବା ହନୁମାନ ଚାଳିଶା କଳାକୃତି ଏବେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଶୋଭା ପାଇବାକୁ ଯାଉଛି। କଣ୍ଟେଇକୋଳି ଗ୍ରାମର ଅରୁଣଙ୍କ ୫ ଫୁଟ ୬ ଇଞ୍ଚର କାଠ ପଟ୍ଟାରେ ଖୋଦେଇ ହୋଇଥିବା ଏହି କଳାକୃତିକୁ ଉତ୍ତରପ୍ରଦେଶ (ୟୁପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚ ପ୍ରଶଂସା କରିଛନ୍ତି। କାଠରେ ନିର୍ମିତ ୭ ପୃଷ୍ଠା ବିଶିଷ୍ଟ ହନୁମାନ ଚାଳିଶା ପୁସ୍ତକକୁ ମଧ୍ୟ ଅରୁଣ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟି ଡଃ. ଅନୀଲ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି। ଉଭୟ କଳାକୃତି ଶ୍ରୀରାମଲଲା ମନ୍ଦିରରେ ସ୍ଥାନ ପାଇବ ଓ ସମସ୍ତେ ଦେଖିପାରିବେ। ଏଥିରୁ ଓଡ଼ିଶାର କଳା ପ୍ରତିଭାର ଝଲକ ସାରା ଦୁନିଆ ଦେଖିବାକୁ ପାଇବ।

ଦୁଇ ମାସ ସମୟ ମଧ୍ୟରେ ସେ ଉଭୟ କଳାକୃତି ନିର୍ମାଣ କରିଛନ୍ତି। କାଠର ବାକ୍ସରେ ରହିପାରୁ ଥିବା କାଠରେ ଖୋଦେଇ ୭ ପୃଷ୍ଠା ସମ୍ବଳିତ ହନୁମାନ ଚାଳିଶା ପୁସ୍ତକ ଓ ପରେ କାଠ ବୋର୍ଡରେ ଖୋଦେଇ ହନୁମାନ ଚାଳିଶା ବୋର୍ଡ ତିଆରି କରିଥିଲେ ଏହି ଯୁବ ଓଡ଼ିଆ ଶିଳ୍ପୀ। ସମସ୍ତେ ପଢ଼ିପାରିବା ପାଇଁଁ ସେ ହିନ୍ଦୀ ଭାଷାରେ ଖୋଦେଇ କରିଛନ୍ତି।
ଭାସ୍କର ସାହୁଙ୍କ ସୁପୁତ୍ର ୩୫ ବର୍ଷୀୟ ଅରୁଣ ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ସେବେଠାରୁ କାଠ କାମ କରି ଆସୁଛନ୍ତି। ହେଲେ ଅନ୍ୟ ମହାରଣାଙ୍କ ଠାରୁ ଭିନ୍ନ ସେ ସର୍ବଦା କାଠରେ କିଛି ନିଆରା କରି ସୃଷ୍ଟି କରିବାକୁ ଚେଷ୍ଟା କରି ଆସୁଛନ୍ତି। ବନ୍ଦେ ଉତ୍କଳ ଜନନୀ ଲେଖାଥାଇ ଓଡ଼ିଶାର ମାନଚିତ୍ର, ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଧଉଳିସ୍ତୁପ, ବିଧାନସଭା ସମେତ କେଦାରନାଥ ମନ୍ଦିର, ତାଜମହଲ, ଇଣ୍ଡିଆ ଗେଟ୍ ଏବଂ ପ୍ୟାରିସର ପ୍ରସିଦ୍ଧ ଆଇଫଲ୍ ଟାଓ୍ବାର୍ ଭଳି ଅନେକ କଳାକୃତି ସେ ପ୍ରସ୍ତୁତ କରିସାରିଛନ୍ତି। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମଧ୍ୟ ଅରୁଣ ପୂର୍ବରୁ ପ୍ରଶଂସା ପାଇଛନ୍ତି।
Evaluation of Matric Answer Sheets to Commence From Today
Next Articleବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
