न्यूज़रूम ओडिशा
ब्रेकिंग
ओडिया समाचार

ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋକୁ ହସ୍ତାନ୍ତର ହେବ ବରଗଡ଼ ଚିନିକଳ ଜମି

ଭୁବନେଶ୍ବର – ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ [...]

Admin•15 मार्च 2024
Share Article:

ଭୁବନେଶ୍ବର – ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା । ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ଚିନିକଳର ସମୁଦାୟ ୧୦୩.୨୧ ଏକର ଜମି ମଧ୍ୟରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ କୋଅପରେଟିଭ ସୁଗାର ମିଲ୍‌ସର ଲିକିଡ୍ୟୁଟେରଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ।

#Odia#Odisha#News
Share Article:

Related Articles