न्यूज़रूम ओडिशा
ब्रेकिंग
ओडिया समाचार

ସଡ଼କ ଦୁର୍ଘଟଣାରେ ଆହତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ୱର – ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗୁରୁବାର ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଯାଉଥିବା ବେଳେ ତାଙ୍କ କାରକୁ ରେଢ଼ାଖୋଲ ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ପ୍ରସନ୍ନଙ୍କୁ ସମ୍ବଲପୁରର [...]

Admin•16 मार्च 2024
Share Article:

ଭୁବନେଶ୍ୱର – ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗୁରୁବାର ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଯାଉଥିବା ବେଳେ ତାଙ୍କ କାରକୁ ରେଢ଼ାଖୋଲ ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ପ୍ରସନ୍ନଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା ।

#Odia#Odisha#News
Share Article:

Related Articles